www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୟୁସି ଚେୟାରମ୍ୟାନଙ୍କ ସମେତ ୭ ମୃତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ​‌ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏଥିରେ ୟୁନିୟନ କାଉନସିଲ ଚେୟାରମ୍ୟାନଙ୍କ ସମେତ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ପଞ୍ଜଗୁର ଜିଲାରେ ଏହି ବିସ୍ଫୋରଣ ଘଟିଛି। ରିମୋଟ୍ କଣ୍ଟ୍ରୋଲ ସାହାଯ୍ୟରେ ଏକ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ୟୁସି ଚେୟାରମ୍ୟାନ ଇସ୍ତିଆକ ୟାକୁବଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି।

ପଞ୍ଜଗୁରର ଡେପୁଟି କମିଶନର ଅମଜାଦ ସୋମ୍ରୋଙ୍କ କହିବାନୁଯାୟୀ, ବଲ୍‌ଗତାର ୟୁସି ଚେୟାରମ୍ୟାନ ଇସ୍ତିଆକ୍ ୟାକୁବ ଏବଂ ଅନ୍ୟ କେତେ ଜଣ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ବିଳମ୍ୱିତ ରାତିରେ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଗାଡ଼ିଟି ବଲ୍‌ଗତାର ଅଞ୍ଚଳରେ ଥିବା ଏକ ବଜାରରେ ପହଞ୍ଚିବା କ୍ଷଣି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୟୁସି ଚେୟାରମ୍ୟାନ ଇସ୍ତିଆକ୍ ୟାକୁବଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଚେୟାରମ୍ୟାନଙ୍କ ବ୍ୟତୀତ ଅନ୍ୟ ମୃତକମାନେ ହେଉଛନ୍ତି, ମହମ୍ମଦ ୟାକୁବ, ଇବ୍ରାହିମ୍, ୱାଜିଦ, ଫିଦା ହୁସେନ୍, ସର୍‌ଫରାଜ ଏବଂ ହାଇଦର। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories