ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ଆନନ୍ଦପୁର : ବୈତରଣୀ ନଦୀ କୂଳରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ସନ୍ଧ୍ୟାରେ ସ୍ଥାନୀୟଲୋକେ ମହିଳାଙ୍କୁ ନଦୀ କୂଳରେ ପଡିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ଉଦ୍ଧାର ମହିଳା ଜଣଙ୍କ ଘସିପୁରା ଥାନା ଇନ୍ତୁପୁରା ଗାଁର ବୋଲି ଜଣାପଡିଛି । ମହିଳାଙ୍କ ହାତ ଶିରା କଟିଥିବାରୁ ରକ୍ତସ୍ରାବ ଘଟି ସେ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲ ନେଇଥିଲେ । କିନ୍ତୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବରପିତାଙ୍କ ଉପରେ ମାଡିଗଲା ବରଯାତ୍ରୀ ବସ୍

Comments are closed.