Patra electronics

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ସାହାରପଡା  ବ୍ଲକ ଡାଳପକା ପଞ୍ଚାୟତ ଡାଳପକା ଗ୍ରାମର ସ୍କୁଲ ସାହିର କାର୍ତ୍ତିକ ଦାସଙ୍କ ସ୍ତ୍ରୀ ପାର୍ବତୀ ଦାସ  ଆଜି ସକାଳେ ଶୌଚ ଯିବା ସମୟରେ ତାଙ୍କୁ ଭାଲୁ ଏକୁଟିଆ ଦେଖି ଆକ୍ରମଣ କରିଥିଲା  । ସେ ପାଟି କରିବାରୁ ଗାଁ ଲୋକେ ଧାଇଁ ଆସି ଭାଲୁଟିକୁ ଘଉଡ଼ାଇ ଦେଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା  ଅଧିକ ଗୁରୁତର ହେବାରୁ ତାକୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments are closed.