www.samajalive.in
Saturday, December 6, 2025
15.1 C
Bhubaneswar

ଥାନାରୁ ବାହାରିଲା ମହିଳା କନେଷ୍ଟବଳଙ୍କ ‘ବିନ୍ଦୋରୀ’ ଶୋଭାଯାତ୍ରା

ଝୁନଝୁନୁ (ରାଜସ୍ଥାନ): ଆଗ କର୍ତ୍ତବ୍ୟ, ପରେ ବିବାହ। ଏହା କରିଦେଖାଇବା ସହିତ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ରାଜସ୍ଥାନ ପୁଲିସରେ କାର୍ଯ୍ୟରତ ଜଣେ ମହିଳା ପୁଲିସ କନେଷ୍ଟବଳ। ରାଜ୍ୟର ଝୁନଝୁନୁ ଜିଲା ଅନ୍ତର୍ଗତ ବୁହାନା ଥାନାରେ ସେ ନିଯୁକ୍ତ ହୋଇଛନ୍ତି। ସଂପ୍ରତି କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା କଟକଣାକୁ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ଏବଂ ଜନସାଧାରଣ ଯେଭଳି କୋଭିଡ ନିୟମ ଉଲ୍ଲଂଘନ ନକରନ୍ତି ସେଥିପାଇଁ ତାଙ୍କ ସହକର୍ମୀମାନଙ୍କ ଭଳି ମହିଳା କନେଷ୍ଟବଳ ସୋନିଆ ମଧ୍ୟ ଚେଷ୍ଟିତ। ସୋନିଆଙ୍କର ବିବାହ ଆଜି (ସୋମବାର) ଅନୁଷ୍ଠିତ ହୋଇଛି। ତାହା ପୂର୍ବରୁ ସ୍ଥାନୀୟ ସମୁଦାୟରେ ପ୍ରଚଳିତ ପରମ୍ପରା ଅନୁଯାୟୀ ବିବାହ ପୂର୍ବଦିନ ‘ବିନ୍ଦୋରୀ’ (ଏକ ରଥ ବା ଘୋଡାରେ ବସି ମନ୍ଦିରକୁ ଯାଇ ସେଠରେ ପୂଜାର୍ଚ୍ଚନା କରିବା ଓ ଭଗବାନଙ୍କ ଆଶୀର୍ବାଦ ଭିକ୍ଷାକରିବା) ଆୟୋଜନ କରାଯାଏ। ସୋନିଆଙ୍କର ବିନ୍ଦୋରୀ ରବିବାର ଥିଲା। ସେହିଦିନ ଥାନା ପକ୍ଷରୁ ମଧ୍ୟ ତାଙ୍କୁ କୋଭିଡ କଟକଣା କାର୍ଯ୍ୟକାରୀ କରିବା ଦାୟିତ୍ୱ ଦିଆଯାଇଥିଲା। ନିଜ ଦାୟିତ୍ୱ ସଂପାଦନ କରିବା ପରେ ସୋନିଆ ଆଉ ଘରକୁ ଆସିନଥିଲେ। ସେଠାରେ ସେ ସମସ୍ତ ଆଭୂଷଣ ପରିଧାନ କରିବା ପରେ ଏକ ଘୋଡା ପିଠିରେ ବସି ଶୋଭାଯାତ୍ରାରେ ନିକଟସ୍ଥ ମନ୍ଦିରକୁ ଯାଇଥିଲେ। ପରମ୍ପରା ମୁତାବକ ତାଙ୍କ ପରିବାର ସଦସ୍ୟ ତାଙ୍କ ସହିତ ଯିବା କଥା। କିନ୍ତୁ ଗତକାଲି ସୋନିଆଙ୍କ ସହିତ ଥାନାର ଅନ୍ୟ ସହକର୍ମୀମାନେ ତାଙ୍କ ସହିତ ମନ୍ଦିରକୁ ଯାଇଥିଲେ। ଶୋଭାଯାତ୍ରା ଯିବା ସମୟରେ ତାଙ୍କ ସହକର୍ମୀମାନେ ମଧ୍ୟ ପାରମ୍ପରିକ ଗୀତ ଗାଇଥିଲେ। ସୋନିଆ ସେଠାରେ ପୂଜାର୍ଚ୍ଚନା କରିବା ପରେ ଥାନାକୁ ଫେରିଥିଲେ। ଶୋଭାଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରାଯାଇଥିଲା। ଆଜି ତାଙ୍କର ବିବାହ କୋଭିଡ କଟକଣା ମଧ୍ୟରେ, ମୋଟ ୫୦ ଜଣ ପରିବାର ସଦସ୍ୟ ଓ ବନ୍ଧୁ ପରିଜନଙ୍କ ଗହଣରେ ସଂପନ୍ନ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories