ଗୁଜରାଟ : ଗୁଜରାଟର ସୁରଟସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୋମବାର ଖବର ମିଳିଛି। ବିଳମ୍ବିତ ରାତିରେ ସୁରଟ ଷ୍ଟେସନ ରୋଡସ୍ଥିତ ଏକ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ୧୬ କୋଭିଡ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଏଥିରେ କୌଣସି ଜୀବନ ହାନି ହୋଇନଥିବା ନେଇ ସୂଚନା ମିଳିଛି।
Popular Categories



