ଗାଁ ପଦ୍ମ ସାଗର ସଫା କଲେ ଯୁବଗୋଷ୍ଠୀ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ଯୁବଗୋଷ୍ଠୀ ସ୍ୱଚ୍ଛତା ଦିଗକୁ  ଏକ ପାଦ ଆଗେଇଛନ୍ତି। କୋକସରା  ଗାଁ  ମଝିରେ ଥିବା ପଦ୍ମ ସାଗର ଯାହା କି ରାଜା ରାଜୁଡ଼ା ଅମଳର ତାହା ଦଳ ଭର୍ତି ଓ ଆବର୍ଜନା ପଡ଼ି ପୂତି ଦୁର୍ଗନ୍ଧ ମୟ ହେବା ସହ ସ୍ନାନ କରୁଥିବା ଲୋକଙ୍କୁ କାଛୁ କୁଣ୍ଡିଆ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା  ଅଭିଯୋଗ ହୋଇଆସୁଥିଲା। ଅଥଚ ପଞ୍ଚାୟତ ପକ୍ଷରୁ କୌଣସି ବିଧି ବ୍ୟବସ୍ଥା କରାଯାଇନାହିଁ ।

ଗ୍ରାମବାସୀ କହି କହି ନୟାନ୍ତ ହୋଇଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ପଦ୍ମପୋଖରୀ ସଫା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ନିଜ ଉଦ୍ୟମରେ ଯଥା ସମ୍ଭବ ସଫା କରିବୁ ଓ ପଞ୍ଚାୟତ ପକ୍ଷରୁ  ଆଗକୁ କିଛି ସହଯୋଗ ମିଳିଲେ ଏହି ସାଗର ସଫା ସୁତୁରା  ହେବା ସହ  ଆହୁରି ସୁନ୍ଦର ଦେଖାଦେବ ବୋଲି ଯୁବକ ମାନେ କହିଛନ୍ତି।

Comments are closed.