www.samajalive.in
Saturday, December 6, 2025
26.1 C
Bhubaneswar

ବେହାଲ୍ ରାସ୍ତା ଯୋଗୁଁ ପାର୍ବଣରେ ଲୋକେ ହିନସ୍ତା: ଠିକାଦାର ମାଲାମାଲ, ବିଭାଗ ନିଦାବିଷ୍ଣୁ

ଲଡୁଗାଁ: ଚଳିତବର୍ଷ କୋକସରା ବ୍ଲକ ଲଡୁଗାଁରେ ଧୁମଧାମରେ ଦୁର୍ଗାପୂଜା ପାଳନ ହୋଇଛି। ପ୍ରବଳ ଜନସମାଗମରେ ରାସ୍ତାଘାଟ ଚଳଚଞ୍ଚଳ ହୋଇ ଉଠିଥିଲା। କାଉଡୋଳାଠାରୁ ଲଡୁଗାଁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ସଡ଼କ ଏବେ ବିଭିନ୍ନ ସ୍ଥାନରେ ଖାଲଖମାରେ ପୂରି ରହିଛି। ଯଦ୍ୱାରା ଏହି ପାର୍ବଣ ଋତୁରେ ରାସ୍ତାକୁ ନେଇ ଲୋକେ ନାନାଦି ଅସୁବିଧା ଭୋଗ କରିଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, କାଉଡୋଳା ଲଡୁଗାଁ ମୁଖ୍ୟ ରାସ୍ତା ବିଭିନ୍ନ ସ୍ଥାନରେ କେଉଁଠି ପିଚୁ ରାସ୍ତା ମଝିରେ ଖାଲ ସୃଷ୍ଟି ହୋଇଛି ତ ଆଉ କେଉଁଠି ପରସ୍ତ ପରସ୍ତ ପିଚୁ ଉଠିଗଲାଣି। ବ୍ଲକର ସବୁଠାରୁ ବଡ଼ ବ୍ୟବସାୟିକ ତଥା ଧାର୍ମିକ ସ୍ଥଳ କୁହାଯାଉଥିବା ଲଡୁଗାଁ ରାସ୍ତା ଏବେ ଧୂଳିଧୂସରିତ ଓ ଖାଲଖମାରେ ଭର୍ତ୍ତି। ସୁନାମାଲ ଆରମ୍ଭ, ଲଡୁଗାଁ ପ୍ରବେଶ ଦ୍ଵାର, କଲେଜ ଛକ, ପେଟ୍ରୋଲ ପମ୍ପ ପାଖ ଆଦି ଛକଗୁଡିକରେ ବଡ଼ ବଡ଼ ଖାଲ ରହିଛି। କେଉଁଠି ରାସ୍ତା ଦୁଇପଟେ ଖାଲ ହୋଇ ମଝିରେ ହୁଡ଼ା ସଦୃଶ ତ ଆଉ କେଉଁଠି ଗାଁ ମଝି ରାସ୍ତାରେ ଏବେ ଲୋକେ ଯିବା ଆସିବା କରିବାକୁ ଡରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀମାନଙ୍କୁ ସହରର ଦୂରାବସ୍ଥା ଦୃଷ୍ଟିଗୋଚର ହେଉନାହିଁ। ଏହା ଏବେ ଚିନ୍ତାର କାରଣ ପାଲଟିଛି। ତେବେ ସହରର ଯେଉଁ ସ୍ଥାନରେ ଦଶହରା ପାଇଁ ଭିଡ଼ ରହିଥାଏ, ସେଠାରେ ରାସ୍ତାର ଅବସ୍ଥା ଯାହା ରହିଛି ପାର୍ବଣ ସମୟରେ ଗାଡିମୋଟର ତ ଦୂରର କଥା ଲୋକେ ଚାଲିକରି ଯିବା ମଧ୍ୟ ସମ୍ଭବ ହେଲାନାହିଁ। ତେଣୁ ଯଥାଶୀଘ୍ର ଏହିସବୁ ସଡ଼କଗୁଡ଼ିକୁ ମରାମତି କରିବାପାଇଁ ଦାବି ହେଉଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories