www.samajalive.in
Sunday, December 7, 2025
14.1 C
Bhubaneswar

ପୋଷାକ ପାଇଁ ଦିଗ.. ଏହି ଦିଗରେ ଅପରିଷ୍କାର ପୋଷାକ ରଖୁଛନ୍ତି କି?

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ, ସ୍ୱତନ୍ତ୍ର ଦିଗରେ ପୋଷାକ ରଖିବା ଦ୍ୱାରା ଏହାର ପ୍ରଭାବ ପଡିଥାଏ। ଘରେ ପୋଷାକ ରଖିବା ଶୈଳୀ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଅନେକ ସମୟରେ ଏପରି ହୋଇଥାଏ କର୍ମବ୍ୟସ୍ତତା ମଧ୍ୟରେ ଅନେକ ପୋଷାକ ଏଣେତେଣେ ଫିଙ୍ଗି ଦେଇଥାଆନ୍ତି କିମ୍ବା ରଖି ଥାଆନ୍ତି। ମାତ୍ର ଜାଣନ୍ତୁ କେଉଁ ଦିଗରେ ପୋଷାକ ରଖିବା ଉଚିତ୍‌‌..
ସଫା ପୋଷାକକୁ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଉତ୍ତର ଦିଗ ଧନର ଦେବତା କୁବେରଙ୍କ ଦିଗ। ଏହି ଦିଗରେ ସଫା ପୋଷାକ ରଖିବା ଦ୍ୱାରା ଧନ ସଞ୍ଚୟ ହେବା ସହ ଶୁଭଫଳ ମିଳିଥାଏ। ପୂର୍ବ ଦିଗରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
ପୂର୍ବ-ଉତ୍ତର ଦିଗରେ ଅପରିଷ୍କାର ପୋଷାକ ରଖିବା ଉଚିତ୍‌‌ ନୁହେଁ। ଏହି ଦିଗ ବୃହସ୍ପତିଙ୍କ ସହ ଜଡିତ। ବୃହସ୍ପତି ଉତ୍ତମ ବୃଦ୍ଧି ଓ ସ୍ୱାସ୍ଥ୍ୟର ପ୍ରତୀକ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗ ଧନର ଦେବତା କୁବେରଙ୍କ ସହ ଜଡିତ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ଅର୍ଥହାନୀ ହେବା ସହ ସମସ୍ୟା ଲାଗି ରହିଥାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ,ପୂର୍ବ ଦିଗ ସବୁଠାରୁ ମହତ୍ତ୍ୱ ପୂର୍ଣ୍ଣ। ଏହା ସୂର୍ଯ୍ୟଦେବତାଙ୍କ ଦିଗ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories