www.samajalive.in
Sunday, December 14, 2025
26.1 C
Bhubaneswar

ହନୁମାନ ଜନ୍ମୋତ୍ସବରେ ଯୋଗଦେଲେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ

ଲଡୁଗାଁ : କୋକସରା ବ୍ଲକ ଲଡୁଗାଁ ଠାରେ ଥିବା ସ୍ଵୟଂ ଆବିର୍ଭୁତ ଠାକୁର ପ୍ରଭୁ ହନୁମାନ ଜୀ ମହାରାଜଙ୍କ ମନ୍ଦିରରେ ମହା ଆଡମ୍ବରରେ ହନୁମାନ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ଫୁଲରେ ମନ୍ଦିର ପରିସରକୁ ସୁସଜ୍ଜିତ କରାଯଇଥିଲା । ହନୁମାନ ମନ୍ଦିର କମିଟି ପକ୍ଷରୁ ଜନ୍ମୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ପୂଜାବିଧି ସହ ହନୁମାନ ଜୀଙ୍କର ଜେନଉ, ଖଡାଉଁ କିମ୍ବା ଚରଣ ପାଦୁକା, ବସ୍ତ୍ର, ହନୁମାନ ଚାଳିସା, ନାଲି ଫୁଲ, ସିନ୍ଦୁର, ଅକ୍ଷତ ଫଳ, ଫୁଲମାଳ, ଜସ୍ମିନ୍ ତେଲ, ଗୁଆଘିଅ, ଦୀପ, ପାନପତ୍ର, ନାଲି ଲଙ୍ଗୋଟ, ଧୂପ, ଅଗରବତୀ, ଗୁଜୁରାତି, ଲବଙ୍ଗ, ମୋତିଚୁର ଲଡୁ, ବୁନ୍ଦି କିମ୍ବା ବୁନ୍ଦି ଲଡୁ, ବେସନ୍ ଲଡୁ, ଗୁଡ଼, କଳାଚଣା, ହନୁମାନ ଜୀଙ୍କ ପତାକା ସହ ୧୦୮ ସୱାମଣି ଭୋଗ ଅର୍ପଣ କରାଯାଇଛି।

କୁହଯାଏ ଯିଏ ଯାହା କାମନା କରିଥାନ୍ତି ତାହା ପୂରଣ ହେଲାପରେ ସୱାମଣି ଭୋଗ ଅର୍ପଣ କରିଥାନ୍ତି । ଜନ୍ମୋତ୍ସବରେ ଓଡିଶା ସରକାରଙ୍କ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ , ବିଜେଡି ଜିଲ୍ଲା ସଭପତି ପୁଷ୍ପେନ୍ଦ୍ର ସିଂଦେଓ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସନ୍ଧ୍ୟାରେ ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ହନୁମାନ ଭଜନ ସଂକୀର୍ତ୍ତନରେ ଯୋଗଦେଇ ସାନିଧ୍ୟ ଲାଭ କରିଛନ୍ତି। ଲଡୁଗାଁ ହନୁମାନ ମହୋତ୍ସବ କମିଟିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ପୁନମ ଚନ୍ଦ୍ର ଗୋୟଲ, ରଞ୍ଜିତ ଅଗ୍ରୱାଲ, ଅମର ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା,ତ୍ରିଲୋଚନ ଅଗ୍ରୱାଲ, ପବନ ଅଗ୍ରୱାଲ, ରାଜେନ୍ଦ୍ର ଦାସ, ପ୍ରିନ୍ସ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ବାଳ ମୁକୁନ୍ଦ ଅଗ୍ରୱାଲ, ସଞ୍ଜୟ ସିଙ୍ଘଲ, ମନୋଜ ଅଗ୍ରୱାଲ, ନାନକ ଅଗ୍ରୱାଲ ସମେତ ଗ୍ରାମବାସୀ ପୂଜା ପରିଚାଳନା ରେ ସହଯୋଗ କରିଥିଲେ। ହନୁମାନ ଜନ୍ମୋତ୍ସଵ ପାଇଁ ଲଡୁଗାଁ ସହର ଉତ୍ସଵ ମୁଖର ହୋଇପଡ଼ିଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories