www.samajalive.in
Saturday, December 6, 2025
23.1 C
Bhubaneswar

ସମାଜ ପ୍ରଭାବ ; ସମସ୍ୟାର ସମାଧାନ କଲେ ବିଭାଗୀୟ ଅଧିକାରୀ

ଲଡୁଗାଁ : କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମରେ ଚାଷୀଙ୍କ ଜମିରେ ଖନନ କରା ଯାଇଥିବା ଗଭୀର ନଳକୂପର ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ନଇଁ ପଡି ଅକାମୀ ହୋଇ ପଡ଼ିରହିଥିଲା । ଚାଷୀଙ୍କ ଅଭିଯୋଗ ଅନୁସାରେ, ସମାଜ ଖବରକାଗଜରେ ଗତ ମାସରେ “ଉଠା ଜଳସେଚନ ନିଗମ ଚାଷି ଲଲିପପ୍” ଶିର୍ଷକରେ ପ୍ରସାରଣ ହୋଇଥିଲା ଏହି ଖବର । ଜଳସେଚନ ପାଇଁ ପ୍ରାୟ ଚାରି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ଗଭୀର ନଳକୂପ ଖନନ କାର୍ୟ୍ୟ ଆରମ୍ଭ ହେବା ସହ ଟ୍ରାନ୍ସଫର୍ମର ବସାଯାଇଥିଲା। କାର୍ୟ୍ୟ କରାଯିବା କିଛିଦିନ ପରେ ନିମ୍ନମାନର କାମ ଯୋଗୁଁ ଟ୍ରାନ୍ସଫର୍ମର ଖୁଣ୍ଟ ଗୋଟିଏ ପଟେ ନଇଁ ପଡ଼ିଥିବା ବେଳେ ଦୁଇ ଖୁଣ୍ଟରେ ଫାଟ ଦେଖିବାକୁ ମିଳିଥିଲା । ତେବେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇ ଖୁଣ୍ଟ ସବୁ ସିଧା କରିବା ସହ ଏହି ପ୍ରକଳ୍ପକୁ ଚାଲୁ କରିଦେଇଥିଲେ। ତଥାପି ଚାଷୀଙ୍କ ସମସ୍ୟା ସମ୍ପୂର୍ଣ୍ଣ ରୂପେ ସମାଧାନ ହୋଇପାରି ନ ଥିବା ଅଭିଯୋଗ ହୋଇଛି । ଚାଷୀ ଏହି ନଳକୂପରୁ କମ୍ ପରିମାଣରେ ପାଣି ଆସୁଛି ଓ କିଛି ଘଣ୍ଟା ପରେ ବନ୍ଦ ହେଉଥିବାରୁ ଏହାର ମଧ୍ୟ ସମାଧାନର ବାଟ ବାହାର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ତେବେ ଖବର ପ୍ରସାରଣ କରି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ସମାଜ ଖବରକାଗଜକୁ ଧନ୍ୟବାଦ ଦେବା ସହ ବିଭାଗର ତତ୍ପରତାକୁ ମଧ୍ୟ ସ୍ଵାଗତ ଜଣାଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories