www.samajalive.in
Friday, December 12, 2025
26.1 C
Bhubaneswar

ଲଦାଖ- ବଫର ଜୋନ୍‌ରେ ତମ୍ବୁ ଟାଣିଲା ଚୀନ୍‌ ସେନା, ଭାରତୀୟ ସେନାର ବିରୋଧ ପରେ ହଟାଇଲା

ନୂଆଦିଲ୍ଲୀ – ବିଭିନ୍ନ ସମୟରେ ସୀମାରେ ଚୀନ୍‌ ଏବଂ ଭାରତୀୟ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଚୀନ୍‌ ସେନା ସୀମା ମଧ୍ୟରୁ ଅନୁପ୍ରବେଶ କରି କବଜା କରିବା ପାଇଁ ଚେଷ୍ଟା କରୁଛି । ଲଦାଖରେ ଚୀନ୍‌ ଏବଂ ଭାରତର ସୀମା ଯେଉଁସ୍ଥାନକୁ ବଫରଜୋନ୍‌ କୁହାଯାଏ ସେଠାରେ ଚୀନ୍‌ ସେନା ପକ୍ଷରୁ ଅନୁପ୍ରବେଶ କରିବା ପାଇଁ ପୁଣିଥରେ ଚେଷ୍ଟା କରାଯାଇଛି ।

କିଛି ବର୍ଷତଳେ ଗଲଓ୍ୱାନ ଘାଟୀ ଘଟଣାରେ ଚୀନ୍‌ର ଅନେକ ସୈନ୍ୟ ମୃତାହତ ହୋଇଥିଲେ ମଧ୍ୟ ତାହାକୁ ସେମାନେ ଲୁଚାଇ ରଖିଥିଲେ । ଏଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ପୂର୍ବରୁ ଡୋକଲାମରେ ମଧ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

- Advertisement -

ଏବେ ଲଦାଖର ବଫର ଜୋନ୍‌ରେ ଚୀନ୍‌ ସେନା ପକ୍ଷରୁ ଚାରୋଟି ତମ୍ବୁ ଟଣାଯାଇଥିଲା । ଭାରତୀଯ ସେନା ପକ୍ଷରୁ ଏହାର ବିରୋଧ କରାଯାଇଥିଲା । ପୂର୍ବ ଲଦାଖର ଗୁରୁଙ୍ଗ ହିଲ୍ସର ଉପରେ ଏହି ତମ୍ବୁ ଲଗାଯାଇଥିଲା । ବିରୋଧ ପରେ ତିନୋଟି ତମ୍ବୁକୁ ହଟାଇ ଦିଆଯାଇଥିବା ବେଳେ ଗୋଟିଏ ତମ୍ବୁ ଲାଗିଥିଲା । ଏହାପରେ ପୁଣି ବିରୋଧ କରିବାରୁ ଚୀନ୍‌ ଚତୁର୍ଥ ତମ୍ବୁକୁ ମଧ୍ୟ ହଟାଇଥିବା ସୂଚନା ମିଳିଛି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories