www.samajalive.in
Friday, December 12, 2025
27.1 C
Bhubaneswar

ବାଷ୍ଟିଲ ଡେ’ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଚାମ୍ପସ୍-ଏଲିସିସାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଛନ୍ତି।
ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ ୨୪୧ ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ।
ହାଶିମାରାର ୧୦୧ ସ୍କ୍ୱାର୍ଡନରୁ ଭାରତୀୟ ବାୟୁ ସେନାର ରାଫେଲ୍ ଯୁଦ୍ଧ ବିମାନ ପରେଡ୍ ସମୟରେ ଫ୍ଲାଇଂ ପାଷ୍ଟରେ ଅଂଶଗ୍ରହଣ କରିଥିଲା।
ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ୧୪ ଜୁଲାଇ ୧୭୮୯ରେ ବାଷ୍ଟିଲ ଜେଲ୍ ଉପରେ ଆକ୍ରମଣ ହୋଇଥିଲା । ପ୍ରତିବର୍ଷ ଜୁଲାଇ ୧୪ ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ। ଏହା ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସମ୍ବିଧାନର କେନ୍ଦ୍ରୀୟ ବିଷୟବସ୍ତୁ ‘ସ୍ୱାଧୀନତା, ସମାନତା ଓ ଭାଇଚାରା’ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories