www.samajalive.in
Friday, December 12, 2025
26.1 C
Bhubaneswar

ଜନସାଧାରଣଙ୍କ ଚାହିଦା ପୂରଣ କରିପାରୁ ନାହିଁ ସରକାରୀ ସ୍ୱାସ୍ଥ୍ୟ ସେବା

ରେଙ୍ଗାଲି: ପ୍ରତ୍ୟେକ ସରକାରଙ୍କ ନିର୍ବାଚନି ସ୍ଳୋଗାନ୍ ହେଉଛି ବିକାଶ। ଏହି ସ୍ଳୋଗାନ୍ ଦେଇ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହୋଇ କ୍ଷମତାସୀନ ହେଉଛନ୍ତି । କିନ୍ତୁ କ୍ଷମତା ଚୌକିରେ ବସିଗଲା ପରେ ସ୍ଲୋଗାନ୍ ଏବଂ ପ୍ରତିଶ୍ରୁତି କାହାରି ମନେ ପଡୁ ନାହିଁ। ସରାକାର ଙ୍କ ଶିଳ୍ପାୟନ ପ୍ରକ୍ରିୟା ପରେ ଇଣ୍ଡଷ୍ଟ୍ରିଆଲ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ଏବେ ଗାଁ ଏବଂ ସହରର ଦୋ ଛକିରେ ଠିଆ ହୋଇ ରହିଯାଇଛି। ସରକାରୀ ନଥିପତ୍ରରେ ରେଙ୍ଗାଲିକୁ ସହରାଞ୍ଚଳ ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟତଃ ଗ୍ରାମପଞ୍ଚାୟତ କାର୍ଯ୍ୟଧାରାରେ ସବୁ କିଛି ଚାଲିଛି। ୧୬ଟି ଗ୍ରାମ ପଞ୍ଚାୟତର ସଦର ମହୁକୁମା ହୋଇଥିବା ରେଙ୍ଗାଲିରେ ତହସିଲ,ବ୍ଳକ୍ ଥାନା, ସରକାରୀ,ଇଞ୍ଜିନିୟରିଂ ସ୍କୁଲ, ହାଇସ୍କୁଲ, କଲେଜ, ଏକାଧିକ ଜାତିୟ କରଣ ବ୍ୟାଙ୍କ୍ ଆଦି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ୨୦୧୧ ଜନଗଣନା ଅନ୍ୟୁାୟୀ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୧୦ହଜାର୮ଶହ୮୭। ରେଙ୍ଗାଲିରେ ସରକାରୀ ସ୍ୱାସ୍ଥ୍ୟ ସେବା ଜନସାଧାରଣ ଙ୍କ ଚାହିଦା ପୂରଣ କରିପାରୁ ନାହିଁ। ୫୦ଦଶକରୁ ପ୍ରତିଷ୍ଠିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି । ଏଠାେରେ ଜଣେ ଏଲୋପାଥିକ ଏବଂ ଜଣେ ଆୟୁଷ ଡାକ୍ତର ଅବସ୍ଥାପିତ। ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନ୍ୟୁ) ଉପରେ ଆଖପାଖର ୪/୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଭଲି ରେଙ୍ଗାଲି ର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମା,ଏବଂ ରାସ୍ତାକଡ ରେ ପଡୁଥିବା ଆବର୍ଜନା ର ନିୟମିତ ସଫେଇ ର ବ୍ୟବସ୍ଥା ନାହିଁ । ଜନ ସଂଖ୍ୟା ବ୍ୃଦ୍ଧି ପାଇବା ପରେ ନାଳ ନର୍ଦ୍ଦମା ତଥା ରାସ୍ତା କଡ ରେ ଅଳିଆ ଆବର୍ଜନା ବହୁ ପରିମାଣ ରେ ନିଷ୍କାଷିତ ହେଉଥିଲେ ମଧ୍ୟ ଏହାର ସଫେଇ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories