ସମାଜ ଡିଜିଟାଲ ଡେସ୍କ: ଝାରସୁଗୁଡ଼ା ଜିଲା ବଡ଼ମାଳସ୍ଥିତ ଏକ କାରଖାନାରେ ଶନିବାର ଦୁର୍ଘଟଣା ଘଟିଛି। କାରଖାନା ଫର୍ନେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ମୃତ ଶ୍ରମିକଙ୍କ ପରିଚୟ ମିଳି ନାହିଁ। ଘଟଣା ପରେ ଉକ୍ତ ଶ୍ରମିକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିଚୟ ଜଣାପଡ଼ି ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ରହିଛି।
Popular Categories



