www.samajalive.in
Friday, December 12, 2025
23.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟକୁ ଭରସା ଅତିଥି ଅଧ୍ୟାପକ

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝରସ୍ଥିତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟ ଘୋଷଣାର ପ୍ରାୟ ୬ମାସ ପରେ ରାଜଭବନ ପକ୍ଷରୁ କୁଳାଧିପତିଙ୍କ କାର୍ଯ୍ୟାଳୟ ଚିଠି ନଂ ୫୮୩ ଯୋଗେ ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ପ୍ରଫେସର ତଥା ପି.ଜି. କାଉନସିଲ ଚେୟାରମ୍ୟାନ ପ୍ରତାପ କୁମାର ମହାନ୍ତିଙ୍କୁ ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଅଫିସର ଅନ୍‍ ସ୍ପେଶାଲ ଡ୍ୟୁଟି (ଓଏସ୍‍ଡି) ଭାବେ ନିଯୁକ୍ତି ଆଦେଶ ହୋଇଥିଲା। ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ବର୍ଷକ ପରେ କେବଳ ଜଣେ ଓଏସ୍‍ଡି ଏବଂ ପୂର୍ବରୁ କେନ୍ଦୁଝର ଠାରେ କାର୍ଯ୍ୟକ୍ଷମ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସରର ଜଣେ ସହଯୋଗୀ ପ୍ରାଧ୍ୟାପକ ଓ ୪ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ବାଦ୍‍ ଦେଲେ ବର୍ତ୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ପାଇଁ କୌଣସି ଅଧ୍ୟାପକ ପଦ ପାଇଁ ସରକାରଙ୍କ ମଞ୍ଜୁରୀ ମିଳିନାହିଁ । ନବଗଠିତ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ଜିଲାର ୩୬ଟି ମହାବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ ଏହି ସମସ୍ତ ମହାବିଦ୍ୟାଳୟର ଶିକ୍ଷାଦାନ ସହ ବିଭିନ୍ନ ବିଭାଗୀୟ ଅନୁମତି ନିମନ୍ତେ କାର୍ଯ୍ୟଖସଡା ପ୍ରସ୍ତୁତି ନିମନ୍ତେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‍ ଏବଂ ଏକାଡେମିକ୍‍ କାଉନସିଲ କାର୍ଯ୍ୟକ୍ଷମ ନିହାତି ଜରୁରୀ।  ଏଭଳି ସ୍ଥିତିରେ ସିଣ୍ଡିକେଟ୍‍ ଓ ଏକାଡେମିକ୍‍ କାଉନସିଲ ଗଠନ ପାଇଁ କୁଳାଧିପତି ଓ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡା ଯାଇଥିଲେ ହେଁ ଏପର୍ଯ୍ୟନ୍ତ ଅନୁମତି ନମିଳିବା ବିଶ୍ୱବିଦ୍ୟାଳୟର ସୁପରିଚାଳନା କିଭଳି କରାଯିବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories