ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅନ୍ତର୍ଗତ ସଇଦପୁର ଗାଁରେ ହାତୀ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଛି। ଫଳରେ କାନ୍ଥ ତଳେ ଚାପି ହୋଇ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ଶିଶୁଟିର ମା’ ଏବଂ ଜେଜେ ମା’ ଗୁରୁତର ଆହତ ହୋଇଛନ୍ତି। ରାତିରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିଥିବା ସୂଚନା ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଭୟର ବାତାବରଣ ମଧ୍ୟ ଲାଗି ରହିଛି।
Popular Categories



