Patra electronics

ନବ୍ୟତା ୨୦୨୪ : ଏନଆଇଏଫଡି ଗ୍ଲୋବାଲ୍ ଭୁବନେଶ୍ବରର ଡ଼ିଜାଇନ ଏକ୍ସେଲେନ୍ସ ଏବଂ ଷ୍ଟାର ପାୱାର ଉତ୍ସବ ପାଳିତ, ଯୋଗ ଦେଲେ ବଲିଉଡ ଷ୍ଟାର

ଭୁବନେଶ୍ବର : ପରବର୍ତ୍ତୀ ପିଢିର ଫ୍ୟାଶନ୍ ଏବଂ ଇଣ୍ଟିରିୟର୍ ଡିଜାଇନ୍ ବୃତ୍ତିଗତ ବ୍ୟକ୍ତିମାନଙ୍କର ବିକାଶ ପାଇଁ ଉତ୍ସର୍ଗୀକୃତ ଅଗ୍ରଣୀ ଅନୁଷ୍ଠାନ ଏନଆଇଏଫଡି ଗ୍ଲୋବାଲ୍ ଭୁବନେଶ୍ୱର ଏହାର ବାର୍ଷିକ କାର୍ଯ୍ୟକ୍ରମ ନବ୍ୟତା ୨୦୨୪ରେ ଡିଜାଇନ୍ ର ଅଭିନବ ଏବଂ ସୃଜନଶୀଳତାର ଏକ ଚମତ୍କାର ପ୍ରଦର୍ଶନୀ ଆୟୋଜନ କରିଥିଲା। ଯାହାର ମୁଖ୍ୟ ଆକର୍ଷଣ ଥିଲା ବଲିଉଡ ଫ୍ୟାଶନ ଡିଜାଇନର୍ ଏଶ୍ଲେ ରେବେଲୋ ଏବଂ ବଲିଉଡ ଅଭିନେତ୍ରୀ ସଞ୍ଜୀଦା ଶେଖଙ୍କ ଉପସ୍ଥିତି।

ଏହି ଅବସରରେ ଏନଆଇଏଫଡି ଗ୍ଲୋବାଲ୍, ଭୁବନେଶ୍ୱରର କେନ୍ଦ୍ର ନିର୍ଦ୍ଦେଶକ, ଆଶୁତୋଷ ପଣ୍ଡା କହିଛନ୍ତି, “ନବ୍ୟତା ୨୦୨୪ କାର୍ଯ୍ୟକ୍ରମରେ ଏପରି ସମ୍ମାନିତ ଅତିଥିଗଣ ଏବଂ ଶୋଷ୍ଟପର୍ ପାଇଥିବାରୁ ଆମେ ଗୌରବାନ୍ୱିତ। ସେମାନଙ୍କର ଉପସ୍ଥିତି ଏହି ଉତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ସହ ଫ୍ୟାଶନ୍ ଏବଂ ଇଣ୍ଟେରିୟର ଡିଜାଇନ୍ ଶିଳ୍ପରେ ଏହି ପ୍ଲାଟଫର୍ମର ମହତ୍ବକୁ ଆଲୋକିତ କରିଥିଲା।

ଆମର ଛାତ୍ରମାନଙ୍କ ନୂତନତା ଏବଂ ଅଭିନବ ଉତ୍ସାହ ପାଇଁ ନବ୍ୟତା ୨୦୨୪ ହେଉଛି ଏକ ପ୍ରମାଣ। ଏହି ବାର୍ଷିକ କାର୍ଯ୍ୟକ୍ରମ ପାରମ୍ପାରିକ କାରିଗରୀ ଏବଂ ଆଧୁନିକ ଡିଜାଇନ୍ ର ଏକ ମିଶ୍ରଣକୁ ଏକତ୍ର କରି ଉଭୟ ଜଗତର ସର୍ବୋତ୍ତମ ପ୍ରଦର୍ଶନ କରିଥିଲା। ଏହି ପ୍ଲାଟଫର୍ମ ସୃଷ୍ଟି କରି ଆମେ ଗର୍ବିତ, ଯେଉଁଠାରେ ଆମର ଛାତ୍ରଛାତ୍ରୀମାନେ ଫ୍ୟାଶନ୍ ଏବଂ ଇଣ୍ଟେରିୟର ଡିଜାଇନ୍ ଶିଳ୍ପରେ ନିଜର ଦକ୍ଷତାକୁ ପାରଦର୍ଶିତା କରିବା ସହ ଏହି କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ପ୍ରଭାବ ପକାଇ ପାରିବେ।

ବାର୍ଷିକ କାର୍ଯ୍ୟକ୍ରମରେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିବା ବଲିଉଡ ଅଭିନେତ୍ରୀ ସଞ୍ଜୀଦା ଶେଖ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ସେ ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ନେଟଫ୍ଲିକ୍ସ ସିରିଜ୍ ହୀରାମଣ୍ଡିରେ ତାଙ୍କର ଅସାଧାରଣ ପ୍ରତିଭା ମାଧ୍ୟମରେ ଦର୍ଶକଙ୍କ ଧ୍ୟାନକର୍ଷଣ କରିଥିଲେ। ସେ ଫାଇଟର୍ ଏବଂ ତାଇସରେ ନିଜର ଅଦ୍ବିତୀୟ ପ୍ରଦର୍ଶନ ସହିତ ଭାରତୀୟ ସିନେମାରେ ମଧ୍ୟ ମହତ୍ବପୂର୍ଣ ଅବଦାନ ରଖିଛନ୍ତି।

ରେବେଲୋଙ୍କ ଅତୁଳନୀୟ ଫ୍ୟାଶନ୍ ଦକ୍ଷତା ଏବଂ ବଲିଉଡର ଫ୍ୟାଶନ ସିନକୁ ଦୃଢ କରିବାରେ ତାଙ୍କ ଭୂମିକା ଏହି କାର୍ଯ୍ୟକ୍ରମରେ ଏକ ସମ୍ମାନଜନକ ସ୍ପର୍ଶ ଯୋଡିଥିଲା। ତାଙ୍କର ଫ୍ୟାଶନ ନିପୁଣତା ଶାହରୁଖ ଖାନ, ଆମିର ଖାନ, ଐଶ୍ୱର୍ଯ୍ୟା ରାୟ, ତବୁ, କ୍ୟାଟ୍ରିନା କୈଫ୍ ଏବଂ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ନିକୋଲ କିଡମାନ ଆଦିଙ୍କୁ ସୁସଜ୍ଜିତ କରିଛି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଫାଉଣ୍ଡେସନ୍ ଏବଂ ଅମ୍ବାନୀ ପରିବାର ବିବାହ ପାଇଁ ତାଙ୍କର ସ୍ୱତନ୍ତ୍ର ସଂଗ୍ରହ ଏବଂ ଚମତ୍କାର କ୍ୟାରିୟରର ଏକ ମୁଖ୍ୟ ଆକର୍ଷଣ ହୋଇ ରହିଥିଲା।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଗତ ୧୫ ବର୍ଷ ଧରି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ, ସେଭେନ୍ଥ ଆଭେନ୍ୟୁ ଚାଲୁ ରଖିଛି, କିନ୍ତୁ ଶିକ୍ଷା କ୍ଷେତ୍ରରେ ପ୍ରବେଶ ପାଇଁ ମୋର ଯଥେଷ୍ଟ ଇଚ୍ଛା ଥିଲା। ଏହାର ଫଳସ୍ୱରୂପ, ମୁଁ  ଏନଆଇଏଫଡି ଗ୍ଲୋବାଲ୍ ଅନୁଷ୍ଠାନ ଖୋଲିବାକୁ ମନସ୍ଥ କରିଥିଲି। ଗତ ୬ ବର୍ଷ ଧରି ୧୦୦୦ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରୁ ପାସ୍ କରିଛନ୍ତି, ଯେଉଁଠାରେ ଫ୍ୟାଶନ୍ ଡିଜାଇନରେ ୮୦%ରୁ ଅଧିକ ପ୍ଲେସମେଣ୍ଟ ଏବଂ ଇଣ୍ଟେରିୟର ଡିଜାଇନିଂ ପାଇଁ ୧୦୦% ପ୍ଲେସମେଣ୍ଟ ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେଇଛି। ଏନଆଇଏଫଡି ଗ୍ଲୋବାଲ୍ ଭୁବନେଶ୍ୱର ଏକାଡେମିକ୍ ସମଗ୍ର ଭାରତରେ ସର୍ବୋତ୍ତମ କେନ୍ଦ୍ର ଭାବରେ ପରିଚିତ ହୋଇଛି।

ବିଭିନ୍ନ ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ହୋଇ ଫ୍ୟାଶନ୍ ଡିଜାଇନ୍ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଲେକ୍ସନ ଉପସ୍ଥାପନ କରିଥିଲେ । ଯେପରିକି ଓଡ଼ିଶାର ହ୍ୟାଣ୍ଡଲୁମ୍ ଏବଂ ହ୍ୟାଣ୍ଡ ୱଭେନ୍, ଜେଣ୍ଡର ଫ୍ଲୁଇଡ୍ କ୍ଲଥିଙ୍ଗ, ପାରମ୍ପାରିକ ହାତ ଏମ୍ବ୍ରୋଡେରୀ, ଇନୋଭେଟିବ ଡ୍ରାପ୍ସ: କଟିଙ୍ଗ।

ଇଣ୍ଟେରିଅର ଡିଜାଇନ୍ ରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଭିନବ ଘର ଆସବାବ ସାଜସଜ୍ଜା ଉତ୍ପାଦ ମାଧ୍ୟମରେ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିଥିଲେ, ଏଥିରେ ଅନ୍ତର୍ଭୁକ୍ତ ଫର୍ନିଚର, ଲାଇଟନିଂ ଏବଂ ଟେବୁଲୱେୟାର, ୱାଲ ଡେକର ।

Comments are closed.