ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଚାରୋଟି ଯାକ ଶ୍ରମ ସଂହିତାକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ସୂଚନାଯୋଗ୍ୟ ନିକଟରେ କେନ୍ଦ୍ର ସରକାର ଏହି ସମସ୍ତ ଶ୍ରମ ସଂହିତା ବିଧେୟକକୁ ସଂସଦରେ ମଞ୍ଜୁରି ପ୍ରଦାନ କରିଥିଲେ। ଏହି ଚାରି ଶ୍ରମ ସଂହିତା ହେଉଛି ଶିଳ୍ପ ସମ୍ପର୍କ ସଂହିତା, ସାମାଜିକ ନିରାପତ୍ତା ସଂହିତା, ବୃତ୍ତିଗତ ସୁରକ୍ଷା ସଂହିତା ଏବଂ ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା। ବେତନ ସଂହିତା ବିଧେୟକ ଗତ ବର୍ଷ ସଂସଦର ଅନୁମୋଦନ ହାସଲ କରିସାରିଛି, କିନ୍ତୁ ଏହା ଚୂଡାନ୍ତ ହୋଇନାହିଁ କି ଏହାର କାର୍ଯ୍ୟକାରୀ କରାଯାଇନାହିଁ। ଏବେ ଶ୍ରମ ମନ୍ତ୍ରାଳୟ ଏହି ସମସ୍ତ ଚାରି ସଂହିତା ଏବଂ ନିୟମକୁ ଏକାଥରକେ ଲାଗୁ କରିବାକୁ ବିଚାର କରୁଛି। ଶ୍ରୀ ଗଙ୍ଗୱରଙ୍କ କହିବାନୁଯାୟୀ, ସମସ୍ତ ୪ ଶ୍ରମ ସଂହିତାକୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଶ୍ରମ କ୍ଷେତ୍ରରେ ସଂସ୍କାର ଜରିଆରେ ସମ୍ପୂର୍ଣ୍ଣ କରିବାକୁ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।
Popular Categories



