www.samajalive.in
Saturday, December 6, 2025
17.1 C
Bhubaneswar

୫କୋଭିଡ୍ ଯୋଦ୍ଧାଙ୍କ ସମେତ ୬୨ ନୂଆ ପଜିଟିଭ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ତାହା ୫ ହଜାର ଆଡକୁ ଗତି କରୁଛି। ଆଜି ଚିହ୍ନଟ ହୋଇଥିବା ୬୨ ଚିହ୍ନଟଙ୍କ ମଧ୍ୟରୁ ଜଣେ ପୁଲିସ୍ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗର ମିଶି ୫ ଜଣ କୋଭିଡ୍ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସବୁଦିନ ଭଳି ଆଜି ମଧ୍ୟ ଫୁଲବାଣୀରୁ ସର୍ବଧିକ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୨, ଦାରିଙ୍ଗବାଡିରୁ ୫, ଚକାପାଦରୁ ୪, ଜି ଉଦୟଗିରିରୁ ୪, କେ ନୁଆଗାଁରୁ ୫, ଖଜୁରୁପଡାରୁ ୫, ଫିରିଙ୍ଗିଆରୁ ୭, ରାଇକିଆରୁ ୬, ତୁମୁଡିବନ୍ଧରୁ ୨ ଜଣ ଓ ଟିକାବାଲିରୁ ୨ ଜଣ  ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସ୍ଥାନରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ମିଶାଇ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୪୨୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୧ କୁହାଯାଇଥିଲେ ମଧ୍ୟ ବେସରକାରୀ ଭାବେ ଏହି ମୃତ୍ୟୁ ସଂଖ୍ୟା ଆହରୁ ଅଧିକ ହେବ ବୋଲି କୁହାଯାଇଛି। ମୃତକଙ୍କ ତାଲିକା ବିଳମ୍ବରେ ଘୋଷଣା କରାଯାଉଥିବା ଅଭିଯୋଗ ହୋଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories