ରେଳରେ ଯାତ୍ରା କରୁଥିବା ବେଳେ  ମହିଳା ବିତାରପତିଙ୍କୁ ଲୁଟିଲେ ସଶସ୍ତ୍ର ଡକାୟତ

0

ଜବଲପୁର:  ମଧ୍ୟ ପ୍ରଦେଶ ରେଓ୍ୱା ଜିଲାର ଅତିରିକ୍ତ ଜିଲା ଦୌରାଜଜ୍‌ ଆରତୀ ଶୁକ୍ଳା ପାଣ୍ଡେ ରେଳରେ ଯାତ୍ରା କରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ସେ ଓ ଅନ୍ୟ ତିନିଜଣ ମହିଳା  ଜବଲପୁରରୁ ଇନ୍ଦୋରକୁ ଯାତ୍ରା କରୁଥିବା ବେଳେ ସଶସ୍ତ୍ର ଡକାୟତମାନେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିଥିବା ଅଭିଯୋଗ ହୋଇଛି ।

ଅପରାଧୀମାନେ ଟଙ୍କା ସୁନା ସହ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ କରି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ହୋଇଥିବା ମୋଟ ସାମଗ୍ରୀର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି । ଲୁଟ କରିବା ପରେ ଲୁଟେରାମାନେ ଟ୍ରେନର ଚେନ୍‌ ଟାଣି ଡେଇଁ କରି ପଳାଇଥିଲେ ।

ଏମାନେ ଓଭରନାଇଟ୍‌ ଏକ୍ସପ୍ରେସର ଏଚ୍‌ ୧ ବଗିରେ ଯାତ୍ରା କରୁଥିଲେ । ନରସିଂହପୁର ନିକଟରେ  କିଛି ଲୁଟେରା  ଟ୍ରେନରେ ଚଢିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିଲେ । ବିଚାରପତିଙ୍କ ଠାରୁ  ୧୦ ହଜାର ଟଙ୍କା ସହ ଏଟିଏମ୍‌ କାର୍ଡ ନେଇଯାଇଥିବା ଅଭିଯୋଗ ହୋଇଛି ।  ଲୁଟେରାମାନଙ୍କ ବିଷୟରେ ସୂଚନା ଦେଲେ ୩୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ରେଓ୍ୱା ଜିଆରପି ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply