www.samajalive.in
Sunday, December 14, 2025
19.1 C
Bhubaneswar

ଡାକ୍ତର ଅଭାବ, ୪ମାସ ହେଲା କୁଶଙ୍ଗ ହୋମିଓପାଥି ମେଡିକାଲରେ ତାଲା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ କୁଶଙ୍ଗ ପଂଚାୟତ ସଦର ମହକୁମାରେ ଥିବା ଏକ ମାତ୍ର ହୋମିଓପାଥି ମେଡିକାଲ ରହିଛି। ମାତ୍ର ଦୀର୍ଘ ଚାରି ମାସହେଲା ଡାକ୍ତର ଅଭାବରୁ ମେଡିକାଲରେ ତାଲା ଝୁଲିବା ସହିତ ଦୁଇଟି ଦୁର୍ଗମ ପଂଚାୟତର ୧୦ହଜାର ଜନସାଧାରଣ ଏହି ସେବାରୁ ବଂଚିତ ହୋଇ ରହିଛନ୍ତି । ପ୍ରକାଶ ଯେ ବ୍ଲକର ଆଭ୍ୟନ୍ତରୀଣ ଅନୁ ସୂଚିତଜାତି-ଅନୁସୂଚିତ ଜନଜାତି ବହୁଳ କୁଶଙ୍ଗ ଏବଂ ମହାଲ୍ଲିକପଡା ଭଳି ଦୁଇ ପଂଚାୟତ ଜନସାଧାରଣଙ୍କ ପାଇଁ କୁଶଙ୍ଗଠାରେ ଏକ ହୋମିଓପାଥି ମେଡିକାଲ ରହିଛି। ଦୀର୍ଘ ଦଶବର୍ଷ ହେଲା ମେଡିକାଲରେ ତାଲା ଝୁଲିବା ପରେ ଗତ ଦୁଇବର୍ଷ ହେଲା ଏହା ପୁର୍ନବାର କାର୍ଯ୍ୟକ୍ଷମ ହୋଇଥିଲା। ଏହି ମେଡିକାଲ ଉପରେ ମହାଲ୍ଲିକପଡା ଏବଂ କୁଶଙ୍ଗ ଭଳି ଦୁଇ ପଂଚାୟତର ଯାବର, ଭାବପୁର, ମହାଲ୍ଲିକପଡା, ବୁଢାଆମ୍ବ, ନୂଆପଡା, ମାରଡା, ଅତଲସରା, ତିରଡ, କୁମାରୀ, କୁଶାସିଙ୍ଗା, ଭଗାମୁଣ୍ଡା, ସାତଖଣ୍ଡ, ହିଞଲ, ଗେରେଡି ସାହି, ହାତୀଗଡ ଭଳି ୨୯ଟି ଗ୍ରାମର ପଖାପାଖି ୧୦ହଜାରରୁ ଅଧିକ ଜନସାଧାରଣ ନିର୍ଭର କରନ୍ତି। ମାତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମେଡିକାଲରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଟିକିଏ ନାହିଁ। ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଏପରିକି ଡାକ୍ତର ବସିବାକୁ ଯାଗା ଖଣ୍ଡିଏ ନଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇ ରହିପାରୁନାହିଁ। ଡାକ୍ତର ବାବୁଙ୍କ ରହିବାକୁ ଘର ନଥିବାରୁ ସପ୍ତାହରେ ମେଡିକାଲ କେବଳ ମଙ୍ଗଳବାର (ସାପ୍ତାହିକ ହାଟଦିନ) ଖୋଲା ହେଉଥିବା ଜଣାପଡିଛି। ମେଡିକାଲର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଂଚାୟତ ଲୋକଙ୍କୁ ନିରବିଛିନ୍ନ ରୋଗୀସେବା ମିଳିବାରେ ବ୍ୟତିକ୍ରମ ଦେଖା ଦେଇଛି । ଏଭଳି ନାହିଁ ନାହିଁ ଅବସ୍ଥାରେ ହୋମିଓପାଥି ମେଡିକାଲଟି ସପ୍ତାହକୁ ଗୋଟିଏ ଦିନ ଚାଲିଆସୁଥିଲା। ମାତ୍ର ଡାକ୍ତରଙ୍କ ରହିବା, ବସିବା ପାଇଁ ଆନୁସଙ୍ଗିକ ସୁବିଧା ନଥିବାବେଳେ ଡାକ୍ତର ବାବୁଙ୍କ ବଦଳି ପରେ ଦୀର୍ଘ ଚାରି ମାସହେଲା ମେଡିକାଲରେ ତାଲା ଝୁଲୁଛି। ଫଳରେ ଦୁର୍ଗମ ପଂଚାୟତର ହଜାର ହଜାର ଜନସାଧାରଣ ଏହି ସେବାରୁ ବଂଚିତ ହେଉଛନ୍ତି।ତୁରନ୍ତ ଜଣେ ନୂତନ ଡାକ୍ତର ନିଯୁକ୍ତି ସହିତ ମେଡିକାଲର ଭିତିଭୂମି ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସମାଜସେବୀ ଭିକାରୀ ଚରଣ ବାଈ, କିଶୋରୀ ଭୋକ୍ତା, ଅଭୟ ଭୋକ୍ତା, ଅଚ୍ୟୁତାନନ୍ଦ ମାଝୀ, କ୍ଷୀରୋଦ କୁମାର ଧଳ ପ୍ରମୁଖ ବୁଦ୍ଧିଜୀବି ଦାବୀ କରିଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛି ଯାଥାଶୀଘ୍ର ଜଣେ ଡାକ୍ତର ତୁରନ୍ତ ନିଯୁକ୍ତି ଦେବାପାଇଁ କହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories