www.samajalive.in
Saturday, December 6, 2025
23.1 C
Bhubaneswar

କୁମ୍ବଲେଙ୍କ ପରେ ଅଶ୍ବିନ ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା: ଗମ୍ଭୀର

ଚେନ୍ନଇ: ଇଂଲଣ୍ଡ ବିପକ୍ଷରେ ଚଳିତ ୨ୟ ଟେଷ୍ଟମ୍ୟାଚ୍‌ରେ ୫ଟି ୱିକେଟ ନେବା ପରେ ଶତକ ଅର୍ଜନ କରିଥିବା ରବିଚନ୍ଦ୍ରନ ଅଶ୍ବିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ ଓପ୍‌ନର ଗୌତମ ଗମ୍ଭୀର। ପୂର୍ବତନ ଲେଗ୍‌ସ୍ପିନର ଅନୀଲ କୁମ୍ବଲେଙ୍କ ପରେ ଅଶ୍ବିନଙ୍କୁ ଭାରତର ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ବୋଲି ଗମ୍ଭୀର କହିଛନ୍ତି। ସାଂସଦ ଥିବା ଗମ୍ଭୀରଙ୍କ ଭାଷାରେ, ଚେନ୍ନଇ ପିଚ୍‌ ଖରାପ ଏବଂ ଏଥିରେ ବ୍ୟାଟିଂକରିବା ଅସମ୍ଭବ ବୋଲି ବହୁତ ଆଲୋଚନା ଚାଲିଛି। ହେଲେ ଅଶ୍ବିନ ଦେଖାଇଛନ୍ତି ଯେ ସେ ବଲ୍‌ରେ ସଫଳତା ହାସଲ କରିପାରିବେ ଏବଂ ବ୍ୟାଟ୍‌ରେ ନାମୀ ବ୍ୟାଟ୍‌ସମ୍ୟାନଙ୍କଠାରୁ ଭଲ ବ୍ୟାଟିଂ କରିପାରିବେ। ତୁମର ଦକ୍ଷତା ନଥିଲେ ତୁମେ ୫ଟି ଟେଷ୍ଟ ଶତକ ହାସଲ କରିବା ଅସମ୍ଭବ। ଯେଉଁସ୍ଥାନରେ କ୍ରିକେଟ୍‌ ଖେଳି ତୁମେ ବଡ଼ ହୋଇଛ; ସେଠାରେ ଭଲ ପ୍ରଦର୍ଶନ କରିବା ପ୍ରତି ଖେଳାଳିଙ୍କ ସ୍ବପ୍ନ ରହିଥାଏ। ୫ଟି ୱିକେଟ ନେବା ପରେ ଏପରି ପିଚ୍‌ରେ ଶତକ ହାସଲ କରିବା ବହୁତ ବଡ଼ କୃତିତ୍ବ। ଏହା ଚମତ୍କାର ଅନୁଭୂତି। ଭାରତୀୟ ଦଳରେ ଏକାଧିକ ସୁପରଷ୍ଟାର ଥିବା ବେଳେ ଭଲ ପ୍ରଦର୍ଶନ କରିବା ଏକ ଆହ୍ବାନ। ଟେଷ୍ଟ କ୍ରିକେଟ୍‌ରେ ଅଶ୍ବିନ୍ ଯେପରି ପ୍ରଦର୍ଶନ କରିଛନ୍ତି; ତାହା ଅବିଶ୍ବସନୀୟ। ୫ଟି ଟେଷ୍ଟ ଶତକ ହାସଲ କରିବା ପରେ ୪୦୦ ପାଖାପାଖି ଟେଷ୍ଟ ୱିକେଟ ହାସଲ କରିବା ବହୁତ ବଡ଼ ସଫଳତା। ଅନୀଲ କୁମ୍ବଲେ ଗୋଟିଏ ଟେଷ୍ଟ ଶତକ ହାସଲ କରିବା ସହ ୬୦୦ରୁ ଅଧିକ ୱିକେଟ ନେଇଛନ୍ତି। କୁମ୍ବଲେ ହେଉଛନ୍ତି ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା। ତାଙ୍କ ପରେ ନିଶ୍ଚିତ ଭାବେ ଅଶ୍ବିନଙ୍କ ନାମ ଆସିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories