କଳାପଥର(ବାଙ୍କୀ) :ବାଙ୍କୀ ଅଞ୍ଚଳରେ କୁଆର ପୁନେଁଇ ଧୁମ୍ ଧାମରେ ପୂର୍ବରୁ ପାଳିତ ହେଉଥିବା ବେଳେ ଧିରେ ଧିରେ ଏହି ପରମ୍ପରା ଅପସରିି ଯିବାରେ ଲାଗିଛି । ଆଧୁନିକ ଦୁନିଆରେ ହଜିବାକୁ ବସିଛି କୁଆଁର ପୁନେଇଁ ସଂସ୍କୃତି। ଆଗରୁ ଗାଁ ଗଣ୍ଡାରେ ଝିଅ ମାନେ ଗାଉଥିବା କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳବେଣୀ ଏବେ ଆଉ ଶୁଣିବାକୁ ମିଳୁନି। ବାଙ୍କୀ ଟାଉନରେ ୫ ଦୀନ ଧରି ୧୫ ବର୍ଷରୁ ଉର୍ଦ୍ଧ ଏହି ପରମ୍ପରାକୁ ମନେପକାଇବା ପାଇଁ ମହୋତ୍ସବ ପାଳିତ ହୋଇଆସୁଛି। ସବୁବର୍ଷ ଭଳି ଏ ବର୍ଷ ଆସିଛି କୁଆଁର ପୁନେଇ। ସାଙ୍ଗସାଥି ମାନଙ୍କ ମେଳରେ କୁମାରିମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାର ଫଳମୂଳ ଏବଂ ଲିଆରେ ଆଞ୍ଜୁଳି ଟେକି ଚଉରା ପୂଜା ,ବନ୍ଦାପନା ଓ ଜହ୍ନିଓଷା କରଥାନ୍ତି। ସଂନ୍ଧ୍ୟାରେ ଚନ୍ଦ୍ର ଉଇଁଲେ ଚାନ୍ଦକୁ ଦେଖି ଚାନ୍ଦ ଖିଆ ପୂଜା କରନ୍ତି। ପରେ କୁମାରୀ ମାନେ ପୁଚି ଖେଳି ଓଷା ସମାପନ କରନ୍ତି। କୁମାରୀ ଝିଅ ମାନେ ଏହି ଉପାସ କଲେ ଭଲ ବର ପାଇବା ପାଇଁ ବିଶ୍ୱାସ ରହିଛି । ଗାଁ ଚଉରା ମୂଳେ ହେଉଥିବା ଖଟି ଆଜି ଆସି ପହଞ୍ଚିଛି ବଡ ବଡ ସପିଂମଲ ଓ ଫୁଡ ଜଙ୍କସନ୍ ପାଖରେ। ବାଙ୍କୀ ଅଞ୍ଚଳରେ କୁଆଁର ପୁନେଇ ସେଭଳି ଜଣାପଡୁ ନଥିଲେ ମଧ୍ୟ ଗ୍ରାମାଞ୍ଚଳର କେତେକ ସ୍ଥାନରେ କୁଆଁର ପୁର୍ଣ୍ଣିମା ଓଷା ସହ ବିଭିନ୍ନ ତୋରଣ କରି ଧୁମ୍ ଧାମ୍ରେ ପାଳିତ ହୋଇଛି।
Popular Categories



