କୁଲିରୁ ହେଲେ ପ୍ରଶାସନିକ ଅଧିକାରୀ

0

ପରିଶ୍ରମ ଯେ ସଫଳତାର ଚାବିକାଠି ଏହାକୁ ପ୍ରମାଣ କରିଛନ୍ତି କେରଳର ଏର୍ଣ୍ଣାକୁଲମ ଷ୍ଟେସନରେ କୁଲିଭାବେ କାମ କରୁଥିବା ଶ୍ରୀନାଥା ଗତ ୫ ବର୍ଷ ଧରି କୁଲି କାମ କରି ପରିବାର ଚଳାଉଥିବା ଶ୍ରୀନାଥ ଚଳିତଥର କେରଳ ପବ୍ଲିକ ସର୍ଭିସ କମିସନରେ ଲିଖିତ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ପ୍ରଶାସନିକ ପରୀକ୍ଷାରେ ଏହା ତାଙ୍କର ତୃତୀୟ ପଦକ୍ଷପ ଥିଲା। ଷେ୍‍ଟସନରେ ୱାଇଫାଇ ସୁବିଧା ଆରମ୍ଭ ହେବାପରଠାରୁ କାନରେ ଇୟରଫୋନ ଲଗାଇ ନିଜ ସ୍ମାର୍ଟଫୋନ ସହାୟତାରେ ସେ ବିଭିନ୍ନ ପାଠ୍ୟକ୍ରମ ଶୁଣୁଥିଲେ ସେ ଉଭୟ ପାଠପଢା ଓ ନିଜର ବୃତିକୁ ସମାନ ସମୟ ଦେଉଥିଲେ। ଇଣ୍ଟରନେଟ ପହାୟତାରେ ଏବେ ବିଭିନ୍ନ ପ୍ରକାର ସୁଯୋଗ ହାତ ପାଆନ୍ତାରେ ମିଳୁଛି। ସମସ୍ତେ ଏହାର ସୁବିନିଯୋଗ କରିବା ଉଚିତ ବୋଲି ତାଙ୍କର ମତ।

Leave A Reply