www.samajalive.in
Tuesday, December 9, 2025
15.1 C
Bhubaneswar

କୂଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଦ୍ୱିତୀୟ ପ୍ରତିଜବାବ ଦାଖଲ କରିବ

ଇସଲାମାବାଦ : କୂଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଆନ୍ତର୍ଜାତିକ ଅଦାଲତରେ (ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ) ଦ୍ୱିତୀୟ ପ୍ରତିଜବାବ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଏପ୍ରିଲ ୧୭ରେ ଭାରତ ପକ୍ଷରୁ ଯେଉଁ ପକ୍ଷ ରଖା ଯାଇଥିଲା ତାହାର ଜବାବରେ ପାକିସ୍ତାନ ଆସନ୍ତା ୧୭ତାରିଖରେ ହେଗ୍‍ସ୍ଥିତ ଅଦାଲତରେ ଏହି ପ୍ରତିଜବାବ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନାସିରୁଲ ମୁଲ୍‍କ। ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ସେନା ଭାରତର ପୂର୍ବତନ ନୌବାହିନୀ ଅଧିକାରୀ କୂଳଭୂଷଣ ଯାଦବଙ୍କୁ ବନ୍ଦୀ କରି ରଖିଛି। ପାକିସ୍ତାନ ସେନା ଅଦାଲତ ଗତ ବର୍ଷ ଏପ୍ରିଲରେ ଯାଦବଙ୍କୁ ଫାଶିଦଣ୍ଡାଦେଶ ଶୁଣାଇବା ପରେ ଭାରତ ଆଇସିଜେରେ ଆବେଦନ ପୂର୍ବକ ଫାଶି ଦଣ୍ଡାଦେଶ ଉପରେ ରହିତାଦେଶ ହାସଲ କରିଛି। ଜାନୁଆରୀ ୨୩ରେ ଆଇସିଜେ ପକ୍ଷରୁ ଉଭୟ ଭାରତ ଓ ପାକିସ୍ତାନକୁ ପୁନଃ ଜବାବ ରଖିବାକୁ ନିର୍ଦେଶ ଦେଇଥିଲା। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ କରାଯିବ।
ମାମଲା ସମ୍ପର୍କରେ ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଖାଲିଦ ଜାଭେଦ ଖାଁ ଓ ସହଯୋଗୀ ଖାୱର କ୍ୱିରେସିଙ୍କ ସହ ବରିଷ୍ଠ ଆଇନଜୀବୀମାନେ ଏ ସମ୍ପର୍କରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଦାଖଲ ହେବାକୁ ଥିବା ପ୍ରତିଜବାବ ନିଜେ କ୍ୱିରେସି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ କି ୪୮ବର୍ଷୀୟ ଯାଦବଙ୍କୁ ୨୦୧୬ରୁ ପାକିସ୍ତାନ ଗିରଫ କରି ରଖିଛି। ତାଙ୍କୁ ଫାଶିଦଣ୍ଡାଦେଶ ପ୍ରଦାନ ପରେ ଭାରତ ଗତ ବର୍ଷ ମେ ୧୮ରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା। ପାକିସ୍ତାନ ଏହି ମାମଲାରେ ଭିଏନ୍ନା ସମ୍ମିଳନୀର ଉଲ୍ଲଙ୍ଘନ ପୂର୍ବକ ଯାଦବଙ୍କୁ କୂଟନୈତିକ ଯୋଗାଯୋଗର ସୁଯୋଗ ଦେଉ ନଥିବା ଯୁକ୍ତି ଦର୍ଶାଇଥିଲା। ଆଇସିଜେର ୧୦ଜଣିଆ ପୀଠ ବିଚାର ଶେଷ ପର୍ଯ୍ୟନ୍ତ ଫାଶିଦଣ୍ଡ କାର୍ଯ୍ୟକାରିତା ଉପରେ ରହିତାଦେଶ ଦେଇଛନ୍ତି। ଏହି ମାମଲାରେ ପାକିସ୍ତାନ ପ୍ରଥମ ପରାଜୟର ସମ୍ମୁଖୀନ ହେବା ସହ ଆଇସିଜେ ନିର୍ଦେଶକ୍ରମେ ଗତ ଡିସେମ୍ବର ୧୩ରେ ପ୍ରଥମ ଜବାବ ରଖଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories