www.samajalive.in
Friday, December 12, 2025
15.1 C
Bhubaneswar

ବିଧାୟକ କୁଳଦୀପ ସେନଗାରଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି। ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଅଛନ୍ତି। ସୁପ୍ରିମକୋର୍ଟରେ ଗୁରୁବାର ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି ଚାଲିଛି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସିବିଆଇକୁ ଉନ୍ନାଓ ବଳାତ୍କାର ଏବଂ ଦୁର୍ଘଟଣା ମାମଲା ତଦନ୍ତରେ ଘଟିଥିବା ପ୍ରଗତିର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସିବିଆଇର ଯୁଗ୍ମ ନିର୍ଦେଶକ ସମ୍ପତ ମୀଣା ସୁପ୍ରିମକୋର୍ଟରେ ପହଞ୍ଚି ତଦନ୍ତ ପ୍ରଗତିର ରିପୋର୍ଟ ଉପସ୍ଥାପନ କରିଛନ୍ତି।
ବଳାତ୍କାର ଏବଂ ପୀଡ଼ିତାକୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାରେ ସିବିଆଇ ବୁଧବାର ଉନ୍ନାଓ ବିଧାୟକ କୁଲଦୀପ ସେନଗାରଙ୍କ ସମେତ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ପୂର୍ବରୁ କୁଳଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାର ସୂଚନା ଦେଇଥିଲେ।

ସୂଚନା ଅନୁସାରେ ଗତ ରବିବାର ଦିନ ପୀଡ଼ିତା, ତାଙ୍କ ଖୁଡ଼ୀ ଏବଂ ଓକିଲଙ୍କ ସହିତ ଏକ କାରରେ ରାଏବରେଲୀ ଜେଲରେ ଥିବା ତାଙ୍କ ବାପାଙ୍କୁ ଭେଟିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଏ ବରେଲୀରେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେବା ଫଳରେ ପୀଡ଼ିତାଙ୍କ ଖୁଡ଼ୀଙ୍କ ମୃତ୍ୟୁ ଘଟିଥିଲା। ପୀଡ଼ିତା ଏବଂ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟିରେ ଭର୍ତ୍ତି କରାଯାଇଛି। ଉଭୟଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍‌ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ହସ୍ପିଟାଲର ଟ୍ରମା ସର୍ଜରୀ ବିଭାଗ ମୁଖ୍ୟ ସନ୍ଦୀପ ତିୱାରୀ କହିଛନ୍ତି। ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ମଙ୍ଗଳବାର ସକାଳେ କେଜିଏମୟୁରେ ପହଞ୍ଚି ପୀଡ଼ିତାଙ୍କ ଘରଲୋକଙ୍କୁ ଭେଟିଥିଲେ ଓ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

- Advertisement -

ପ୍ରକାଶ ଯେ ୨୦୧୭ ଜୁନରେ ପୀଡ଼ିତା ନିଜର ଜଣେ ସମ୍ପର୍କୀୟଙ୍କ ସହ ବିଧାୟକ କୁଳଦୀପ ସେନଗାରଙ୍କ ନିକଟକୁ ଚାକିରି ପାଇଁ ଯାଇଥିଲାବେଳେ ବଳାତ୍କାରର ଶିକାର ହୋଇଥିଲେ। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ତାର ପରିବାର ଲୋକଙ୍କୁ ଧମକ ଚମକ ଦିଆଯାଇଥିଲା। ଏହାର କିଛି ଦିନ ପରେ ପୁଲିସ୍‍ ପୀଡ଼ିତାର ବାପାଙ୍କୁ ଗିରଫ କରିନେଇଥିଲେ। ପରେ ପୁଲିସ ହାଜତରେ ପୀଡ଼ିତାର ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‍ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ୨୦୧୮ ଅପ୍ରେଲ ମାସରେ ପୀଡ଼ିତା ଏବଂ ତାର ପରିବାର ଲୋକେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏହି ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ହୋଇଥିଲା। ବିରାଧୀ ଦଳଗୁଡ଼ିକୁ ଏହାକୁ ପ୍ରସଙ୍ଗ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଫଳରେ ସରକାର ବାଧ୍ୟ ହୋଇ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସିବିଆଇ ସେନଗାରଙ୍କୁ ବହୁ ସମୟ ଜେରା କରିବା ପରେ ୨୦୧୮ ଅପ୍ରେଲ ୧୪ରେ ଗିରଫ କରିଥିଲା। ସେବେଠାରୁ ସେନଗାର ଜେଲରେ ଅଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories