www.samajalive.in
Saturday, December 13, 2025
21.1 C
Bhubaneswar

ଅବଦୁଲ୍ଲାଙ୍କ ଗିରଫଦାରୀକୁ ନେଇ ବିବାଦ: ରାମପୁରରେ ୧୪୪ ଧାରା ଜାରି, ଜିଲା ସୀମା ସିଲ୍‍

ଲକ୍ଷ୍ନୌ : ରାମପୁର ସାଂସଦ ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁ୍‍ଲ୍ଲା ଆଜମ ଖାନଙ୍କୁ ପୁଲିସର ଗିରଫଦାରୀ ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ରାମପୁରରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାମପୁର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‍ ଏକେ ସିଂହ ଜିଲାରେ ୧୪୪ ଧାରା ଲାଗୁ କରିଛନ୍ତି। ଆଇଶୃଙ୍ଖଳା, କାଉଡ଼ିଆ ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଥିବା କୁହାଯାଇଛି। ଜିଲାପାଳ କହିଛନ୍ତି ଯେ ଅତିରିକ୍ତ ଫୋର୍ସ ମଗାଯାଇଛି ଓ ଜିଲା ସୀମାକୁ ସିଲ୍‍ କରିଦିଆଯାଇଛି। ପ୍ରଦର୍ଶନକାରୀଙ୍କୁ ଜିଲାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଆଇନ ଉଲ୍ଲଙ୍ଘନକାରୀଙ୍କୁ ଛଡ଼ା ଯିବ ନାହିଁ ଓ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷରେ ବିରୋଧ ପ୍ରଦର୍ଶନ ପାଇଁ ଅଖିଳେଶ ଏସପି କାର୍ଯ୍ୟକର୍ତ୍ତାଙ୍କୁ ରାମପୁରକୁ ଡାକିଛନ୍ତି। ଏହି କ୍ରମରେ ଗୁରୁବାର ସକାଳୁ ବରେଲି, ପିଲିଭିତ, ସମ୍ଭଲ, ବଦାଉନ, ଅମରୋହା, ମୁରାଦାବାଦ ଏବଂ ବିଜନୌରରୁ ଏସପି କମକର୍ତ୍ତା ଆସି ରାମପୁର ସୀମାନ୍ତରେ ଏକାଠି ହେଉଛନ୍ତି। ତେଣୁ ଆଗକୁ ଏସପି କାର୍ଯ୍ୟକର୍ତ୍ତା ଏବଂ ପୁଲିସ୍‍ ମଧ୍ୟରେ ସଂଘର୍ଷ ଘଟିବାର ଆଶଙ୍କା ରହିଛି।
ପ୍ରକାଶ ଯେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିଧାୟକ ଅବଦୁଲ୍ଲାଙ୍କୁ ବୁଧବାର ପୁଲିସ୍‍ ଗିରଫ କରିଥିଲା। ତାଙ୍କୁ ଧାରା ୧୫୧ରେ କୋର୍ଟ ଚାଲଣ କରାଯାଇଛି। ଜୌହାର ବିଶ୍ୱବିଦ୍ୟାଳୟରେ ପୁଲିସ୍‍ର ଚଢଉ ସମୟରେ ବିଧାୟକ ଅବଦୁଲ୍ଲା ଓ ତାଙ୍କ ସମର୍ଥକ ପହଞ୍ଚି ପୁଲିସ୍‍ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଫଳରେ ତାଙ୍କୁ ପୁଲିସ୍‍ ଗରିଫ କରିଥିଲା।
ଅପରପକ୍ଷରେ ଜାଲ କାଗଜପତ୍ରରେ ପାସପୋର୍ଟ ପ୍ରସ୍ତୁତ କରିଥିବା ନେଇ ମଙ୍ଗଳବାର ଅବଦୁଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅବଦୁଲା ସ୍ୱାର ଟାଣ୍ଡା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ମଦ୍ରାସା ଆଲିୟାରୁ ପୁସ୍ତକ ଚୋରି ମାମଲରେ ପୁଲିସ୍‍ ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ କରି ୨୫୦୦ରୁ ଊର୍ଦ୍ଧ୍ବ ପୁସ୍ତକ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories