www.samajalive.in
Friday, December 5, 2025
17.1 C
Bhubaneswar

ଫେସବୁକ ହ୍ୟାକ କାରବାରରେ କୁଚିଣ୍ଡା ଯୁବକଙ୍କ ସଂପୃକ୍ତି ସଂଦେହ

କୁଚିଣ୍ଡା : କୁଚିଣ୍ଡା ଅଞ୍ଚଳରେ ଗତ କିଛିମାସ ଧରି କ୍ରମାଗତ ଭାବେ ଫେସବୁକ ହ୍ୟାକ କରାଯାଉ ଅଭିଯୋଗ ହୋଇଛି। ଗତ ସପ୍ତାହରେ ବିଜେଡି ନଗର ସଭାପତି ତଥା ସରକାରୀ ଓକିଲ ସଂଜୟ ବେହେରା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ପୁଣି ବିଜେପି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା କାଉନସିଲର ସୁଶିଲ କର ଏସଂକ୍ରାନ୍ତରେ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଫେସବୁକକୁ କେହି ଦୁବୃର୍ତ୍ତ ହ୍ୟାକ କରି ତାଙ୍କ ବନ୍ଧୁଙ୍କୁ ଟଙ୍କା ପଠେଇବାକୁ ମେସେଜ ଦେଉଥିବା ଅଭିଯୋଗ ହୋଇଛି। ଏପରି ଏକାଧିକ ବ୍ୟକ୍ତିଙ୍କ ଫେସବୁକ ଜରିଆରେ ଉଦ୍ୟମ ହେଉଥବା ବେଳେ ବହୁ କେତେକ ବ୍ୟକ୍ତି ପୁଲିସ ଠାରେ ଅଭିଯୋଗ କରିନଥିବା ସୂଚନା ହସ୍ତଗତ ହୋଇଛି। ନିକଟରେ ଜନୈକ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ଫେସବୁକ ଜରିଆରେ ହ୍ୟାକ କରି ଅନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଏହି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ଯୁବକ ରାକେଟ ସକ୍ରିୟ ହୋଇ କରୁଥିବା ସଂଦେହ କରାଯାଉଛି। ଏପରିକି ସେମାନେ ଓଡିଆରେ ସ୍ପଷ୍ଟ ଳେଖିପଢି ପାରୁଥିବା ବେଳେ ଭାଷାରେ ଧରାପଡିଯିବା ଭୟରେ ହିନ୍ଦିରେ କଥା ହେବା ସହ ଲେଖୁଥିବା ଅଭିଯୋଗ ହୋଇଛି। ଆଜି ପୁନଃ ଜନୈକ ସାମ୍ବାଦିକଙ୍କ ହ୍ୱାଟ୍ସଏପ୍ରେ ଚାଟିଂ କରି ଦଶ ହଜାର ଟଙ୍କା ମାଗିଥିବା ସୂଚନା ମିଳିଛି।  ଏହି କାରବାର ପଛରେ କୁଚିଣ୍ଡା ଏହି ଘଟଣା ପରେ ସାଧାରଣରେ ନାନା ଆତଙ୍କ ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ସାଇବରୂ ପୁଲିସ ତୁରନ୍ତ ବହିତ ପଦକ୍ଷେପ ନେଇ ଅଭିଯୁକ୍ତକୁ ଧରିବାକୁ ଦାବି ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories