www.samajalive.in
Saturday, December 13, 2025
27.1 C
Bhubaneswar

ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ

କୁଆଁପାଳ: କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ଅନୁଷ୍ଠିତ ହିଇଯାଇଛି। ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଏହି ଉତ୍ସବକୁ ଉଦଘାଟନ କରି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅଟଳଜୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ଗରିବୀ କଲ୍ୟାଣ ଯୋଜନାକୁ କିପରି ମାହାଙ୍ଗାର ଘରେ ଘରେ ପହଞ୍ଚା ଯାଇପାରିବ ଓ କିପରି କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ଗରିବ ଜନସାଧାରଣମାନେ ସ୍ୱାବଲମ୍ବୀ ହୋଇ ଅଧିକ ଲାଭାନ୍ବିତ ହୋଇପାରିବେ ସେଥିନେଇ ଗୁରୁତ୍ୱାରୋପ କରିବା ସହ ଅଟଳଜୀଙ୍କ ନୀତି ଆଦର୍ଶରେ କାର୍ଯ୍ୟ କଲେ ବିକାଶ ସମ୍ଭବ ବୋଲି କହିଥିଲେ। ଏଥିରେ ନିରଞ୍ଜନ ମୁଦୁଲି ସଭାପତିତ୍ୱ କରିଥିବାବେଳେ ବାଜପେୟୀଙ୍କ ଅର୍ଥନୀତି ଓ ଗରିବୀ କଲ୍ୟାଣ ଯୋଜନା ସମ୍ପର୍କରେ ମୁଖ୍ୟ ବକ୍ତା ଡ଼ଃ ଅଧ୍ୟାପକ ମନୋରଞ୍ଜନ ବେହେରା ବିଷଦ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୌଡ଼ପଡା ଖଦି ଉଦ୍ୟୋଗର ନିର୍ଦେଶକ ଅନ୍ତର୍ଯ୍ୟାମୀ ସାହୁ, ଶୁଭେନ୍ଦୁ କର, ମୀନକେତନ ଦାସ, ପ୍ରବୋଧ ଷଡ଼ଙ୍ଗୀ, ବିଶ୍ୱନାଥ ପଳେଇ ପ୍ରମୁଖ ଯୋଗଦେଇ ବାଜପେୟିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅଟଳଜୀଙ୍କ ଗରିବୀ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଜଣ୍ଠଶିଳ୍ପୀ କୁମାର ଜାନୁ ଉତ୍ସବରେ ଯୋଗଦେଇ ଦେଶାତ୍ମକ ବୋଧକ ସଙ୍ଗୀତ ଗାନ କରି ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି କର୍ମୀ,ଅଶୋକ ସିଂହ,ଅଜୟ ମହାପାତ୍ର ବିଭୁତି ସ୍ୱାଇଁ,ଜୀବିତେଶ ମିଶ୍ର,ଗଣେଶ୍ୱର ଖଟୁଆ, ସଂଗ୍ରାମ ବେହୁରା,ପ୍ରଫୁଲ ମହାପାତ୍ର, ଇଂ ଶିଶିର ପରିଡା ଅଧ୍ୟାପକ ଶ୍ରୀନିବାସ ଦାସ,ଚୌଧୁରୀ ପ୍ରସାଦ ନନ୍ଦ ସମେତ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories