www.samajalive.in
Thursday, December 11, 2025
18.1 C
Bhubaneswar

ଦୃଢ଼ ନିଷ୍ପତ୍ତି ନେବାରେ ଅଟଳ ବିହାରୀ ଥିଲେ ଅନନ୍ୟ ରାଜନେତା

ଭୁବନେଶ୍ଵର: ବିଶିଷ୍ଟ କବି,ପ୍ରବୀଣ ରାଜନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପରିସରସ୍ଥ ତାଙ୍କ ପ୍ରତିମୁର୍ତ୍ତିସ୍ଥଳିରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜାଶଙ୍କର ମହାପାତ୍ର, ହରପ୍ରିୟା ପଟ୍ଟଯୋଶୀ ,ଲିପକ ମହାନ୍ତି, ଅମିତ ପାତାଳସିଂହଙ୍କ ସହିତ ଉଇ ଫର ଭୁବନେଶ୍ଵର, ଜୟ ଓଡିଶା ସଭ୍ୟବୃନ୍ଦଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦୃଢ଼ ନିଷ୍ପତ୍ତି ନେବାରେ ଅଟଳ ବିହାରୀ ଥିଲେ ଅନନ୍ୟ ରାଜନେତା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଲୋକସଭାରେ ତାଙ୍କ ଭାବଗର୍ଭକ ଭାଷଣ ଶୁଣି ସେ ଭବିଷ୍ୟତର ନେତୃତ୍ୱ ନେବେ ବୋଲି ତତ୍କାଳୀନ ନେତାମାନେ ଯେଉଁ ମତ ପ୍ରକାଶ କରିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଥିଲା । ଛାତ୍ର ଜୀବନରୁ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ସଭ୍ୟହୋଇ ସେ ପରେ ଜନସଙ୍ଘ ଦଳରେ ଯୋଗଦେଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

୧୯୭୭ମସିହାରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଅଣକଗ୍ରେସରେ ଦଳ ଏକାଠି ହୋଇ ଜନତାପାର୍ଟି ଗଠନ କରି ମୋରାଜୀ ଦେଶାଇଙ୍କ ମନ୍ତ୍ରୀ ମଣ୍ଡଳରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୦ରେ ଭାରତୀୟ ଜନତାପାର୍ଟି ଗଠନ କରିଥିଲେ।୧୯୯୬,୧୯୯୮ଓ ୧୯୯୯ରେ ସେ ଭାରତବର୍ଷର ପ୍ରଧାନମନ୍ତ୍ରୀ ଦାୟୀତ୍ବ ନିର୍ବାହ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା,ସ୍ଵର୍ଣ୍ଣ ଚତୁଭୁଜ ଯୋଜନା ସହ ସର୍ବଶିକ୍ଷା ଅଭିଯାନ,ଆଣବିକ ପରୀକ୍ଷା କରି ଦେଶର ସୁନାମ ବୃଦ୍ଧି କରିଛନ୍ତି । କାର୍ଗିଲ ଯୁଦ୍ଧକୁ ମୁକାବିଲା କରି ପାକିସ୍ଥାନକୁ ଉଚିତ ଜବାବ ଦେଇଥିଲେ । ଜଣେ କବି ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ଥିଲା ବୋଲି ମତ ଦେଇ ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories