ଆଗାମୀ ନିର୍ବାଚନ ବେଳକୁ ବିଜେଡି ଆଉ ନଥିବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର: ବିଜୁ ଜନତା ଦଳକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ। ଆଗାମୀ ନିର୍ବାଚନ ବେଳକୁ ଆଉ ନଥିବ ବିଜେଡି। ବିଜେଡି ଶେଷ ହୋଇ ହୋଇ ଯାଉଛି। ବିଜେପି ଏକ ହୋଇକି ଅଛି। ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ବିଧାୟକମାନେ ଅସନ୍ତୁଷ୍ଟ ପ୍ରଶ୍ନରେ ଉତ୍ତର ଦେଇ ଯୋଗାଣ ମନ୍ତ୍ରୀ ଏହି କଥା କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ଏହି କଥା କହିଛନ୍ତି ତାହା ଭୁଲ କଥା। ବିଧାୟକମାନେ ଖୁସି ଅଛନ୍ତି। ମୁଖ୍ୟମନ୍ତ୍ରୀ ସଠିକ ଭାବରେ ସରକାର ଚଳାଇଛନ୍ତି। ୨୪ ବର୍ଷରେ ଯାହା ହୋଇନଥିଲା ହୋଇଛି। ବହୁ ଉନ୍ନତିମୂଳକ କାମ ହେଉଛି। ବିଜେଡି ସରକାର ୧୨ ବର୍ଷରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେଇପାରିଲେନି। ଆମେ ସବୁ ଜିନିଷ ସଠିକ ଢଙ୍ଗରେ କରୁଛୁ। ପାର୍ଟି ଏକ ହୋଇକି ଅଛି। କିନ୍ତୁ ଦିନକୁ ଦିନ ବିଜେଡି ସଫା ହୋଇ ହୋଇ ଯାଉଛି। ଆଗାମୀ ନିର୍ବାଚନ ବେଳକୁ ବିଜେଡି ନଥିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।
Comments are closed.