ଜିଏମୟୁରେ କ୍ରାନ୍ତିତୀର୍ଥ କାର୍ଯ୍ୟକ୍ରମ
ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଗୁରୁବାର ଆଜାଦୀ କା ଅମୃତ ମହୋତ୍ସବ କ୍ରମରେ କ୍ରାନ୍ତିତୀର୍ଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଇନଷ୍ଟିଟ୍ୟୁଟ ଅଫ ସୋସିଆଇଲ ଆଣ୍ଡ କଲଚରାଲ ଷ୍ଟଡିଜ ଇଣ୍ଡିଆ ତରଫରୁ ମିଳିତ ଭାବରେ ପ୍ରୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏମୟୁ ତରଫରୁ ପ୍ର. ଜ୍ଞାନ ରଞ୍ଜନ ସ୍ୱାଇଁ ସଂଯୋଜନା କରିଥିଲେ। ଭିସୁଟର କୂଳପତି ପ୍ର. ବଂଶୀଧର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଜିର ଛାତ୍ରଛାତ୍ରୀ ସମସ୍ତେ ଜାତୀୟତା ବୋଧରେ ଅନୁପ୍ରାଣିତ ହେବା ଉଚିତ ବୋଲି କହିଥିଲେ। ସମସ୍ତେ ଦେଶ ପାଇଁ ଆଗଭର ହେବା ଉଚିତ ବୋଲି ସେ କହିଥିଲେ। ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ନାତି ଉତ୍ତମ ବେହେରା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଏମୟୁର କୁଳପତି ପ୍ର. ଏନ. ନାଗାରାଜୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପ କଳୂ ସଚିବ ଡ. ଉମା ଚରଣ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଚନ୍ଦ୍ରଶେଖର ପାତ୍ର ସଂଯୋଜନା କରିଥିଲେ।
Comments are closed.