www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣାକୁ ନେଇ ପୂର୍ବତଟ ରେଳବାଇର ପ୍ରତିକ୍ରିୟା; ୮ବଗି ଲାଇନଚ୍ୟୁତ

ଭୁବନେଶ୍ୱର: କୋରେଇରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୬ଟା ୪୪ ମିନିଟରେ ଷ୍ଟେସନ ଭିତରେ ୮ଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ କହିଛି ପୂର୍ବତଟ ରେଳବାଇ । ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ୍‌ ବ୍ଲକ ହୋଇଛି । ଦୁର୍ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି ବୋଲି ପୂର୍ବତଟ ରେଳବାଇ କହିଛି ।

ଲାଇନଚ୍ୟୁତ ଯୋଗୁଁ ଷ୍ଟେସନ ବିଲ୍ଡିଂ ଭାଙ୍ଗିଯାଇଛି । ରିଲିଫ୍‌ ଟ୍ରେନକୁ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ତାହା ସହିତ ଘଟଣାସ୍ଥଳକୁ ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ ଆଉଥିବା ସୂଚନା ଦିଆଯାଇଛି । ଦୁର୍ଘଟଣା ଯୋଗୁଁ ୮ଟି ଟ୍ରେନ୍‌ ବାତିଲ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ୫ଟି ଟ୍ରେନ୍‌ ଆଂଶିକ ବାତିଲ କରାଯାଇଛି । ୧୨ଟି ଟ୍ରେନ୍‌ ଗତିପଥ ପରିବର୍ତ୍ତନ ହୋଇଛି । ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ । ସମ୍ବଲପୁର ରୁଟ୍‌ ଦେଇ ଟ୍ରେନ୍‌ ଚଳାଚଳ କରାଯାଉଛି ବୋଲି କହିଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories