www.samajalive.in
Monday, December 15, 2025
16.1 C
Bhubaneswar

ରବିବାର ସୂର୍ଯ୍ୟମନ୍ଦିରରେ ପ୍ରବଳ ଭିଡ଼ : ଟିକଟ ନପାଇ ଫେରିଲେ ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରରେ ରବିବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପର୍ଯ୍ୟଟନ ଋତୁ ଆରମ୍ଭରେ କୋଣାର୍କକୁ ଆଶାତୀତ ଭାବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ବିଶେଷ କରି ଇକୋ ରିଟ୍ରିଟ୍‍ ଉତ୍ସବ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା କୁହାଯାଉଛି। ଆଜି ଟିକେଟ୍‍ କାଉଣ୍ଟର ସାମ୍ନାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ଲାଗି ଟିକେଟ୍‍ କାଉଣ୍ଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିବାବେଳେ ପ୍ରବେଶ ଦ୍ୱାରରେ ଥିବା ଟନ ଷ୍ଟାଇଲ୍‍ ଗେଟ୍‍ର ଦୁଇଟି ଦ୍ୱାର ଖୋଲାଥିବା ଯୋଗୁଁ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ପ୍ରବେଶ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦୀର୍ଘ ଦିନ ଧରି ଟୋକନ ପରିଚାଳନାରେ ତ୍ରୁଟି ଯୋଗୁଁ ପର୍ଯ୍ୟଟକମାନେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆଗକୁ ଖ୍ରୀଷ୍ଟ ମାସ ଓ ନୂଆବର୍ଷ ଥିବାବେଳେ ପର୍ଯ୍ୟଟକ ନାନାଦି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଉପୁଜିଛି। କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଭଳି ବ୍ୟବସ୍ଥା ପ୍ରତି ସାଧାରଣରେ ନାପସନ୍ଦ କରାଯାଇଥିବାବେଳେ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପର୍ଯ୍ୟଟକ ମହଲରେ ଦାବି ହୋଇଛି। ନବବର୍ଷକୁ ଆଖି ଆଗରେ ରଖି ପୁଲିସ୍‍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଚନ୍ଦ୍ରଭାଗା ବେଳାଭୂମିରେ ତିନି ଜଣ ଲାଇଫ୍‍ ଗାର୍ଡ଼ଙ୍କୁ ମୁତୟନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବେଳାମାର୍ଗରେ ନିଷିଦ୍ଧାଞ୍ଚଳରେ ପର୍ଯ୍ୟଟକମାନେ ବଣଭୋଜି କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ଆଗାମୀ ଦିନରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ପୁଲିସ୍‍ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉ ନ ଥିବା ଯୋଗୁଁ ନିଷିଦ୍ଧାଞ୍ଚଳରେ ପର୍ଯ୍ୟଟକମାନେ ବଣଭୋଜି କରୁଥିବାରୁ ବାଲୁଖଣ୍ଡ ପ୍ରତି ଏହା ବିପଦ ସୃଷ୍ଟି କରୁଥିବା ପରିବେଶବିତ୍‍ ମତ ଦେଇଛନ୍ତି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories