www.samajalive.in
Sunday, December 14, 2025
19.1 C
Bhubaneswar

ଜଳୁଛି ସନ୍ଦେଶଖଲି, ଧାରା ୧୪୪ ରଦ୍ଦ କଲେ କଲିକତା ହାଇକୋର୍ଟ

ଡେସ୍କ: ପଶ୍ଚିମବଙ୍ଗର ସନ୍ଦେଶଖଲିରେ ୧୪୪ ଧାରା ଲାଗୁ କରିଥିବା ଆଦେଶକୁ ଆଜି କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଜୟ ସେନଗୁପ୍ତା ତାଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳରେ ଅଧିକ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ସିଆରପିସିର ଧାରା ୧୪୪ ଲାଗୁ କରିବା ଏବଂ ସନ୍ଦେଶଖଲିରେ ଇଣ୍ଟରନେଟ୍ ସେବାକୁ ପ୍ରଶାସନ ବନ୍ଦ କରିବା ନେଇ ମାମଲା ଦାୟର କରିଥିଲେ। ଜଷ୍ଟିସ ସେନଗୁପ୍ତା କହିଛନ୍ତି ଯେ ସନ୍ଦେଶଖଲିରେ ମହିଳାଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ କୌଣସି ମାମଲାରେ ପୁଲିସ ଗତ ତିନି ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଭଳି ସ୍ଥିତିରେ ସୁରକ୍ଷା ଅଭାବରୁ ଅଞ୍ଚଳର ମହିଳାମାନେ ଭୟଭୀତ ହୋଇପଡ଼ିଛନ୍ତି।

ୟୁଏଇ-ଭାରତ ବୈଠକ: ଆଲୋଚନା ଫଳପ୍ରଦ

- Advertisement -

ଏହା ମଧ୍ୟରେ ଆଜି ବଶିରହାଟରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରେ ସ୍ଥିତି ସଙ୍କଟାପନ୍ନ ହୋଇଛି। ଦଳ ଅଭିଯୋଗ କରିଛି ଯେ ଟିଏମସି କର୍ମୀମାନେ ବିଜେପି କର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ ଏବଂ ପୁଲିସ ଜାଣିଶୁଣି ବିଜେପି କର୍ମୀ ଏବଂ ସମର୍ଥକଙ୍କ ଉପରେ ଲାଠିଚାର୍ଜ କରିଥିଲା। ବିଜେପି ରାଜ୍ୟ ସଭାପତି ଡ. ସୁକାନ୍ତ ମଜୁମଦାର କହିଛନ୍ତି ଯେ ଦଳ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛି।

୧୧ଟି ଅତ୍ୟାଧୁନିକ ଯୁଦ୍ଧ ପ୍ରଣାଳୀ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ୨୨୬୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

ସେପଟେ ରାଜ୍ୟ ମନ୍ତ୍ରୀ ପାର୍ଥ ଭୌମିକ ଓ ବିଧାୟକ ନାରାୟଣ ଗୋସ୍ୱାମୀଙ୍କ ନେତୃତ୍ୱରେ ଟିଏମସିର ଏକ ଟିମ୍ ସନ୍ଦେଶଖଲି ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ତୃଣମୂଳ କଂଗ୍ରେସ କହିଛି ଯେ ଦଳୀୟ ଟିମ୍ ସେହି ଅଞ୍ଚଳକୁ ଯାଇଛି ଯେଉଁଠାରେ ଧାରା ୧୪୪ ଲାଗୁ ନଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories