www.samajalive.in
Sunday, December 14, 2025
23.1 C
Bhubaneswar

ଡଲଫିନକୁ ଜାଲରୁ ଉଦ୍ଧାର କଲେ ମତ୍ସ୍ୟଜୀବୀ, ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏକ ଡଲଫିନକୁ ଉଦ୍ଧାର କରିବାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହାକୁ ଜଣେ ଆଇଏଏସ୍ ଅଧିକାରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ କିଛି ମତ୍ସ୍ୟଜୀବୀ ଜାଲରେ ଫସିଥିବା ଏକ ଡଲଫିନକୁ ବାହାର କରି ପୁଣି ସମୁଦ୍ରରେ ଛାଡୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି ଲୋକେ । ସମସ୍ତେ ସେହି ମତ୍ସ୍ୟଜୀବୀଙ୍କୁ ପ୍ରଶଂସା କରୁଛନ୍ତି ।

କୁହାଯାଉଛି କି ମାଛ ଧରିବା ପାଇଁ ମତ୍ସ୍ୟଜୀବୀ ସମୁଦ୍ରରେ ଜାଲ ପକାଇଥିଲେ । କିନ୍ତୁ ଭୁଲରେ ସେଥିରେ ୩ଟି ଡଲଫିନ୍ ଫସିଗଲେ । ସମସ୍ତଙ୍କୁ ଜାଲରୁ ଉଦ୍ଧାର କରି ସୁରକ୍ଷିତ ଭାବେ ସମୁଦ୍ରରେ ଛାଡିଦିଆଗଲା । ଭାଇରାଲ ହେଉଥିବା ଏହି ଭିଡିଓରେ ମତ୍ସ୍ୟଜୀବୀମାନେ ଅତି ସାବଧାନତାର ସହ ଡଲଫିନଗୁଡିକୁ ଜାଲରୁ କାଢି ପୁଣି ସମୁଦ୍ରରେ ଛାଡୁଥିବା ଦେଖିବାକୁ ମିଳୁଛି ।

- Advertisement -

ପ୍ରାୟ ୧ ମିନିଟ୍ ୮ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ପ୍ରାୟ ୧ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଭିଡିଓରେ ସମସ୍ତେ ମତ୍ସ୍ୟଜୀବୀଙ୍କ କାମକୁ ପ୍ରଶଂସା କରୁଛନ୍ତି । ସମସ୍ତେ ଏହାକୁ ସେୟାର କରୁଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories