www.samajalive.in
Sunday, December 7, 2025
18.1 C
Bhubaneswar

ପୁନର୍ଜୀବନ ଆଶାରେ ୧୮ଦିନ ରଖିଲେ ମା’ଙ୍କ ମୃତଦେହ: କଲକାତାରେ ୩ବର୍ଷରେ ଚତୁର୍ଥ ଘଟଣା

ନୂଆଦିଲ୍ଲୀ: ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ପାର୍ଥକ୍ୟ କେତେ ତାହା ଆଜି ମଧ୍ୟ ସଠିକ୍‍ ଭାବେ ପ୍ରମାଣିତ ହୋଇ ପାରିନାହିଁ। ତଥାପି ମାନବଜାତି ମଧ୍ୟରେ ଭ୍ରାନ୍ତ ବିଶ୍ୱାସକୁ ନେଇ ଏଭଳି କିଛି ଘଟଣା ଲୋକଲୋଚନକୁ ଆସେ ଯାହା ମଣିଷର ମାନସିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏଭଳି ଘଟଣା କଲକାତାରେ ପୁଣି ଥରେ ଦେଖିବାକୁ ମିଳିଛି।
ସଲ୍ଟଲେକର ଦ୍ୱିମହଲା ନମ୍ବର ବିଇ-୨୨୦ ସୋମବାର ସକାଳେ ହଠାତ୍‍ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଏହି ଘର ସମ୍ମୁଖରେ ପୁଲିସ ଗାଡ଼ି ପହଞ୍ôଚବା ଦେଖିଥିଲେ ସାହି ପଡ଼ିଶା। ଏହି ଘରେ ରହୁଥିବା ୩୮ବର୍ଷ ବୟସ୍କ ମାଇତ୍ରିଓ ଭଟ୍ଟାଚାର୍ଯ୍ୟ୧୮ ଦିନ ଁଧରି ତାଙ୍କର ୭୭ବର୍ଷିୟା ମା’ଙ୍କ ମୃତଦେହ ସହ ବସବାସ କରୁଥିବା ଜଣା ପଡ଼ିଥିଲା। ମାଇତ୍ରିଓଙ୍କୁ ପଚରାଉଚରା କରିବା ପରେ ପୁଲିସକୁ ଯେଉଁ ତଥ୍ୟ ମିଳିଲା ତାହା ବିଶ୍ୱାସ କରିବା ପୁଲିସ ପାଇଁ ମଧ୍ୟ କାଠିକର ପାଠ ଥିଲା। କିଛି ଦିନ ପୂର୍ବେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ମାଇତ୍ରିଓ ତାଙ୍କ ମା’ଙ୍କ ମୃତଦେହକୁ ୨୧ଦିନ କାଳ ସଂରକ୍ଷିତ ରଖିବାକୁ ଯୋଜନା କରିଥିଲେ। ତେବେ ପଡ଼ିଶାର ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇ ଦେବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ଧାର୍ମିକ ଭାବନାରେ ଉଦଭ୍ରାନ୍ତ ମାଇତ୍ରିଓଙ୍କ ଏଭଳି ଯୁକ୍ତି ପୁଲିସକୁ ମଧ୍ୟ ଚକିତ କରିଥିଲା।
ପଡ଼ୋଶୀଙ୍କ ସୂଚନା ଅୁଯାୟୀ ଏହି ପରିବାର ସାହି ପଡ଼ିଶାଙ୍କ ସହ ସେଭଳି କୌଣସି ସମ୍ପର୍କ ରଖୁ ନଥିଲେ। ବେଶ୍‍ କିଛି ଦିନ ଧରି ଏହି ଘରର କବାଟ ଝରକା ବନ୍ଦ ରହୁଥିଲା। ତେଣୁ ମା’ ଓ ପୁଅ ଘରେ ଅଛନ୍ତି ନା’ ଅନ୍ୟ କେଉଁଠି ଯାଇଛନ୍ତି ସେ ସମ୍ପର୍କରେ ଆଖପାଖ ଲୋକେ ଜାଣି ନଥିଲେ। ପରିସର ମଧ୍ୟରେ କବର ଖୋଳିବାକୁ ଯେତେବେଳେ ମାଇତ୍ରିଓ ଜଣେ ବ୍ୟକ୍ତିଙ୍କୁ ଡାକିଥିଲେ ସେତେବେଳେ ଏହି ବ୍ୟକ୍ତି ଜଣକ ଘଟଣା ସମ୍ପର୍କରେ ଜାଣି ପାରି ପୁଲିସକୁ ଖବର ଦେଇଥିଲା।
ପଡ଼ୋଶୀଙ୍କ ତଥ୍ୟ ଅନୁଯାୟୀ ମାଇତ୍ରିଓଙ୍କ ପିତା ପିତା ଗୋରାଚାନ୍ଦ ଭଟ୍ଟାଚର୍ଯ୍ୟ ଜଣେ ସ୍ନାୟୁ ବିଶେଷଜ୍ଞ ଭାବେ ସମ୍ପୃକ୍ତ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ମଧ୍ୟ ରହସ୍ୟାବୃତ୍ତ ଥିଲା। ସ୍ଥାନୀୟ ଏସଏସକେଏମ ଡାକ୍ତରଖାନାରେ କାର୍ଯ୍ୟରତ ଗୋରାଚାନ୍ଦଙ୍କ ୨୦୧୩ରେ ଆକସ୍ମିକ ମୃତ୍ୟୁ ହୋଇଥିଲା। ପୂଜା କରୁଥିବାବେଳେ ହଠାତ୍‍ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ମା’ କ୍ରୀଷ୍ଣା ଭଟ୍ଟାଚାର୍ଯ୍ୟ ସ୍ଥାନୀୟ ଭବାନୀପାଟନା ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ୭୭ବର୍ଷିୟା କ୍ରୀଷ୍ମାଙ୍କ ମୃତଦେହକୁ ଏକ କାଠ ବାକ୍ସରେ ମାଇତ୍ରିଓ ରଖିଥିଲେ। ଏହି ବାକ୍ସ ମଧ୍ୟରେ କ୍ରୀଷ୍ମାଙ୍କ ମୃତଦେହ ପଚି ଯାଇଥିଲେ ମଧ୍ୟ ଏହି ଘରେ ନିର୍ବିକାର ଭାବେ ମାଇତ୍ରିଓ ରହୁଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜବତ କରିବା ପରେ ପୁଲିସ ପକ୍ଷରୁ ମାଇତ୍ରିଓଙ୍କୁ ପଚରାଉଚରା ଜାରି ରହିଛି।
ଏହି ଘଟଣାର ୩ବର୍ଷ ପୂର୍ବେ କଲକାତାରେ ଅନୁରୂପ ଏକ ଘଟଣା ଦେଖିବାକୁ ମିଳିଥିଲା। କଲକାତାର ରବିନସନ ଷ୍ଟ୍ରିଟରେ ପାର୍ଥ ଦେ ନାମକ ଜଣେ ବ୍ୟକ୍ତି ତାଙ୍କ ଭଉଣୀଙ୍କ କଙ୍କାଳ ଓ ଦୁଇଟି କୁକୁରଙ୍କ ସହ ବସବାସ କରୁଥିବା ଜଣା ପଡ଼ିଥିଲା। ଭଉଣୀଙ୍କ ମୃତ୍ୟୁ ୬ମାସ ପୂର୍ବେ ହୋଇଯାଇଥିଲା। ଏହି ଘଟଣାର ୮ମାସ ପୂର୍ବେ ବେହାଲା ଅଞ୍ଚଳର ସୁବ୍ରତ ମଜୁମଦାର ତାଙ୍କ ମା’ଙ୍କ ମୃତଦେହକୁ ୩ବର୍ଷ ଧରି ଏକ ବଡ଼ ଫ୍ରିଜ୍‍ରେ ସଂରକ୍ଷିତ ରଖିବାର ଘଟଣା ସାମ୍ନାକୁ ଆସିଥିଲା। ପାର୍ଥ ଦେ ତାଙ୍କ ଭଉଣୀଙ୍କ କଙ୍କାଳ ସହ ବସବାସ କରିବା ପ୍ରଚ୍ଛଦରେ ଅନ୍ଧବିଶ୍ୱାସ ବୋଲି ପୁଲିସ ତଦନ୍ତରୁ ଜଣା ପରିଥିଲା। ଦିନେ ତାଙ୍କ ଭାଉଣୀ ପୁଣି ଫେରି ଆସିବେ ଏହି ଆଶାରେ ପାର୍ଥ ତାଙ୍କ ଭାଉଣୀର ସତ୍କାର ନକରି କଙ୍କାଳ ସହ ବସବାସ କରୁଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories