ନୟାଗଡ : କଲେଜ ସମ୍ମୁଖରେ ଜଣେ ଛାତ୍ରଙ୍କୁ ଛୁରା ମାଡ କରାଯାଇଥିବା ଅଭିଯୋଗ ହୋଇଛି। ଛୁରା ମାଡ କରାଯାଇଥିବା ଛାତ୍ରଙ୍କ ନାମ ହେଉଛି ପ୍ରକାଶ ବେହେରା। ତାଙ୍କୁ ଅନ୍ୟ ଜଣେ ଛାତ୍ର ଛୁରା ମାଡ କରିଥିବା ଜଣାପଡିଛି। ପ୍ରକାଶଙ୍କ ପେଟରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଛୁରା ମାଡ କରିଥିବା ଛାତ୍ର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଛୁରା ମାଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



