www.samajalive.in
Sunday, December 7, 2025
23.1 C
Bhubaneswar

୧୯ରୁ କମ୍‍ ବିଶ୍ୱକପରେ ଭାରତକୁ ଫାଇନାଲରେ ପହଞ୍ଚାଇଥିବା ଉଦୟ ସହରନ କିଏ ?

ରାଜସ୍ଥାନ: ୧୯ବର୍ଷରୁ କମ୍‍ ବିଶ୍ୱକପରେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଉଥିବା ଯୁବ ଖେଳାଳୀ ଉଦୟ ସହରନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଉଦୟ ସହରନ ରାଜସ୍ଥାନର ଶ୍ରୀଗଙ୍ଗନଗର ସହରର ମଦେରା ଗ୍ରାମରେ ୨୦୦୪ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ । ଉଦୟ ପ୍ରାରମ୍ଭିକ ଶିକ୍ଷା ଶ୍ରୀଗଙ୍ଗନଗରରେ ଆରମ୍ଭ କରିଥିବା ବେଳେ ଫାଜିଲ୍କାରେ ଥିବା ଆତ୍ମ ବଲ୍ଲଭ ପବ୍ଲିକ ସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ଯାଏ ପାଠ ପଢିଥିଲେ । ପାଠ ପଢିବା ସହିତ ୧୧ବର୍ଷରୁ ଉଦୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରେ ଉଦୟ ବଠିଣ୍ଡା ଯାଇ ସେଠାରୁ ଅଧିକ ଶିକ୍ଷା ଗ୍ରହଣ କରିଥିଲେ । ବର୍ତ୍ତମାନ ଉଦୟ ବଠିଣ୍ଡାର ଏସଏସଡି କଲେଜ ଅଫ୍‍ ପ୍ରଫେସନାଲ ଷ୍ଟଡିଜ୍‍ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି । ମଙ୍ଗଳବାର ୧୯ବର୍ଷରୁ କମ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୮୧ରନର ଚମତ୍କାର ଇନିଂସ ଖେଳିଥିଲେ ଉଦୟ । ଚାପରେ ଥାଇ ମଧ୍ୟ ସେ ଭଲ ପ୍ରବର୍ଶନ କରିପାରିବେ ବୋଲି ପ୍ରମାଣ କରିଛନ୍ତି ।

ଏହି ଯୁବ ଖେଳାଳୀଙ୍କୁ କ୍ରୀଡା ପ୍ରେମୀ ଖୁବ ପ୍ରଶଂସା କରୁଛନ୍ତି । ୧୧ ବର୍ଷ ବୟସରେ ପ୍ରଥମ ଥର ପାଇଁ ଜିଲା କ୍ରିକେଟ ଆସୋସିଏସନ ଫାଜିଲ୍କା ପାଇଁ ଖେଳିଥିଲେ ଉଦୟ । ପ୍ରଥମେ ୧୬ବର୍ଷରୁ କମ କ୍ରିକେଟ ମ୍ୟାଚରେ ମନୋନୀତ ହୋଇଥିଲେ । ପଞ୍ଜାବରେ ୧୪ବର୍ଷର କମ କ୍ରିକେଟ ଖେଳିବା ପାଇଁ ପରୀକ୍ଷା ଦେଇଥିଲେ ଉଦୟ । ପଞ୍ଜାବ କ୍ରିକେଟ ଆସୋସିଏସନର ଚୟନ କମିଟିର ସଭାପତି ବଲଭୀର ସିଂ ଏହି ପରୀକ୍ଷା ନେଇ ଉଦୟଙ୍କୁ ଚୟନ କରିଥିଲେ । ଉଦୟ ଉତ୍ତର ଜୋନରେ ପଞ୍ଜାବ ପାଇଁ ଖେଳିବା ବେଳେ ଏକ ଇନିଂସରେ ୪୯୭ରନ ସ୍କୋର କରିଥିଲେ । ଯାହାକି ତାଙ୍କ କ୍ୟାରିୟର ରେକର୍ଡ ସ୍କୋର ଥିଲା । ଏହାପରେ ସେ କ୍ରିକେଟରେ ଆଗକୁ ବଢିଚାଲିଥିଲେ । ପରେ ପରେ ୧୯ବର୍ଷରୁ କମ ଦିନିକିଆ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ ।

- Advertisement -

ଏହି ଯୁବ ଖେଳାଳୀ ଗତ ୨ବର୍ଷ ମଧ୍ୟରେ ଆଇସିସି ୧୯ବର୍ଷରୁ କମ ବିଶ୍ୱକପ ୨୦୨୪ର ଅଧିନାୟକ ହେବା ପାଇଁ ଖୁବ କଠିନ ପରିଶ୍ରମ କରିଛନ୍ତି । ୨୦୨୨ରେ ୧୯ବର୍ଷରୁ କମ ବିଶ୍ୱକପରେ ଭାରତୀୟ ଦଳର ରିଜର୍ଭ ଖେଳାଳି ମଧ୍ୟ ଥିଲେ ଉଦୟ , କିନ୍ତୁ ସେ ସେତେବେଳେ ଖେଳିବାର ସୁଯୋଗ ପାଇ ନଥିଲେ।

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories