www.samajalive.in
Saturday, December 6, 2025
15.1 C
Bhubaneswar

ସୁସ୍ଥ ବୃକକ ପାଇଁ ସହଜ ଉପାୟ

ବୃକକ ଆମ ଶରୀରରେ ଅଦରକାରୀ ପଦାର୍ଥକୁ ବାହାର କରିଥାଏ। ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବୃକକର କାର୍ଯ୍ୟ କରିବା କ୍ଷମତା ଉପରେ ବହୁ ପ୍ରଭାବ ପକାଇଥାଏ। ବୃକକ ସୁସ୍ଥ ରହିବା ପାଇଁ ଆମକୁ କିଛି ଖାଦ୍ୟପଦାର୍ଥ ଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଜାଣନ୍ତୁ ସେହି ଖାଦ୍ୟପଦାର୍ଥ ବିଷୟରେ
ମୃଦୁ ପାନୀୟ –
ଖରା ଦିନ ହେଉ ଅଥବା ଅଲଗା ସମୟରେ ଆମକୁ ମୃଦୁ ପାନୀୟ ପିଇବାକୁ ଖୁବ ଭଲ ଲାଗିଥାଏ। ମାତ୍ର ଏଥିରେ ଥିବା ଏସିଡ଼ିକର ମାତ୍ରା ଅଧିକ ଥାଏ। ଏହା ମୃଦୁ ପାନୀୟରେ ଥିବା ଅନ୍ୟାନ୍ୟ ଦ୍ରବ୍ୟ ବୃକକର କାର୍ୟ୍ୟ କରିବା କ୍ଷମତା ଉପରେ ବହୁ ପ୍ରଭାବ ପକାଇଥାଏ। ତେଣୁ ଯେତେ ସମ୍ଭବ ସେତେ କମ ପରିମାଣରେ ମୃଦୁ ପାନୀୟ ପିଇବା ଉଚିତ।
ମାଂସ –
ମାଂସର ଅଧିକ ସେବନ ମଧ୍ୟ ବୃକକ ପାଇଁ କ୍ଷତିକାରକ। ତେଣୁ ୨ ସପ୍ତାହକୁ ଥରେ ମାଂସର ସେବନ କରିପାରିବେ।
ସୋଡ଼ିୟମର ମାତ୍ରା –
ଯେଉଁ ଖାଦ୍ୟପଦାର୍ଥରେ ସୋଡ଼ିୟମର ମାତ୍ରା ଅଧିକ ସେହି ଖାଦ୍ୟପେୟ ଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ। କାରଣ ସୋଡ଼ିୟମର ମାତ୍ରା ଅଧିକ ଥିବା ଖାଦ୍ୟ ଖାଇଲେ ଏହା ବୃକକ ଉପରେ ବହୁ କୁପ୍ରଭାବ ପକାଏ।
ପାଉଁରୁଟିର ସେବନ –
ପାଉଁରୁଟିର ଅଧିକ ସେବନ କରିବା ମଧ୍ୟ ଉଚିତ ନୁହେଁ। ଯେଉଁମାନଙ୍କର ବୃକକ ଜନିତ ସମସ୍ୟା ରହୁଛି ସେମାନେ ପାଉଁରୁଟି ସେବନ କରିବା ଆଦୌ ଉଚିତ ନୁହେଁ। କିନ୍ତୁ ଏହାକୁ ୨ ସପ୍ତାହକୁ ଥରେ ଖାଇପାରିବେ।
ଫଳ –
ଯେଉଁମାନଙ୍କର ବୃକକ ଜନିତ କୌଣସି ସମସ୍ୟା ରହୁଛି ସେ କଦଳୀ, କମଳା ରସ ଖାଇବା ଦ୍ୱାରା ବୃକକ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ଦୁଇଟି ଫଳରେ ପୋଟାସିୟମ ମାତ୍ରା ଅଧିକ ଥାଏ। ଯାହା ବୃକକ ଉପରେ କୁପ୍ରଭାବ ପକାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories