www.samajalive.in
Sunday, December 7, 2025
26.1 C
Bhubaneswar

ଭୋଜନ ପରେ ଏହି ଜିନିଷ ଖାଇଲେ ; ଦୂରେଇ ରହିବ ରୋଗ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଦିନ ହଳଦୀ ସେବନ ନିଶ୍ଚିତ କରନ୍ତୁ। ଫଳରେ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅନେକ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ। ଭୋଜନ ସ୍ୱାସ୍ଥ୍ୟକର ନହେବା ଦ୍ୱାରା ମୋଟ।ପଣ, କୋଲେଷ୍ଟେରୋଲ୍‍, ଉଚ୍ଚ ରକ୍ତ ଚାପ, ମଧୁମେହ,ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଥାଏ। ଦିନ ମଧ୍ୟରେ ୩ ଥରର ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ। ମାତ୍ର ଭୋଜନ ଗ୍ରହଣ ପରେ ଅନେକ ମିଠା ଓ ପାନମଧୁରୀ ମିଶ୍ରି ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭୋଜନ ପରେ କ’ଣ ସେବନ କଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ ହୋଇଥାଏ..
ବିଶେଷଜ୍ଞ ମତାନୁଯାୟୀ,ଭୋଜନ ପରେ ଗୁଡ ଓ ଘିଅର ସେବନ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ।
ମାତ୍ର ଖୁବ କମ ଲୋକେ ହିଁ ଗୁଡ ଓ ଘିଅ ଏକାଠି ସେବନ କରିଥିବେ, ମାତ୍ର ଅନେକ ଲୋକେ ଏହାର ପୋଷକ ତତ୍ତ୍ୱ ବିଷୟରେ ଜାଣିନଥିବେ। ଗୁଡରେ ଭିଟାମିନ ବି, ଭିଟାମିନ ସି, ଆଇରନ,ପୋଟାସିୟମ ଆଦି ପ୍ରଚୁର ପରିମାଣରେ ରହିଛି। ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ ଡି ଓ ଭିଟାମିନ ଇ ରହିଛି। ଗୁଡ ଓ ଘିଅକୁ ମିଶାଇ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଗୁଡ ଓ ଘିଅ ଖାଇବା ଦ୍ୱାରା ରକ୍ତରେ ଶର୍କରା ମାତ୍ରା ସଠିକ ରହିଥାଏ। ଶରୀର ସୁସ୍ଥ ରହିବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ଥକ୍କାପଣ ଅନୁଭବ ହୋଇନଥାଏ। ଏହାକୁ ସୁପରଫୁଡ୍‍ ବୋଲି ମଧ୍ୟ କୁହାଯାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories