www.samajalive.in
Saturday, December 13, 2025
23.1 C
Bhubaneswar

ଗୁଗଲ ମ୍ୟାପ୍ସରେ ଏପରି ଖୋଜନ୍ତୁ ନିଜର ହଜିଥିବା ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‍ ଚୋରି ହେବା କିମ୍ବା ହଜିଯିବା ଭଳି ଅନେକ ଘଟଣା ବିଷୟରେ ଶୁଣିଥିବେ। ଏଭଳି କି ହଜିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବେ। ସ୍ମାର୍ଟଫୋନ୍‍ରେ ଆଣପଙ୍କ ଅନେକ ଫଟୋ, ବ୍ୟକ୍ତିଗତ ତଥ୍ୟ ଥାଇପାରେ। ଏଭଳି କୌଣସି ସ୍ମାର୍ଟଫୋନ୍‍ ହଜିଗଲେ ଆପଣ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଯଦି ଆପଣ ଏଭଳି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ କିପରି ନିଜ ସ୍ମାର୍ଟଫୋନ ଖୋଜି ପାଇବେ ତାହା କେବେ ଭାବିଛନ୍ତି କି?। ସାଧାରଣତଃ ଏଭଳି ସମସ୍ୟାର ସମ୍ମୁଖୀନ ହେଲେ ଲୋକେ ଭୟବୀତ ହୋଇପଡ଼ନ୍ତି। ଏପରିକି ଅନେକ ସମୟରେ ହଜିଥିବା ମୋବାଇଲ ଆଉ ମିଳେନାହିଁ। ତେବେ ହଜିଥିବା ମୋବାଇଲକୁ ଖୋଜି ପାଇବାର ବହୁ ସହଜ ଉପାୟ ରହିଛି। ଏବେ ସେ ବିଷୟର ଜାଣନ୍ତୁ।
ଆପଲ ମୋବାଇଲ ଫୋନ୍‍ରେ ‘ଫାଇଣ୍ଡ ମାଇଁ ଫିଚର’ ଭଳି ଆଣ୍ଡ୍ରଏଡ଼ ନିଜ ଉପଭୋକ୍ତାଙ୍କ ପାଇଁ ‘ଫାଇଣ୍ଡ ୟୋର ଫୋନ୍‍’ ଫିଚର ଦେଇଥାଏ। ଏହି ଫିଚର ଆକଣଙ୍କ ଗତିବିଧିର ସମସ୍ତ ତଥ୍ୟ ରେକର୍ଡ କରି ରଖିଥାଏ। ଆବଶ୍ୟକ ପଡ଼ିଲେ ଗୁଗଲ୍‍ ମ୍ୟାପ ସହାୟତାରେ ଆପଣ ଫୋନ୍‍ ଲୋକେଶନ୍‍ (ଫୋନ୍‍ଥିବା ସ୍ଥାନ)ର ଠିକଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ନିମ୍ନଲିଖିତ ନିର୍ଦେଶକୁ ଦେଖିବାକୁ ପଡ଼ିବ।
ଆବଶ୍ୟକ
୧- ଆପଣଙ୍କ ପାଖରେ ଦ୍ୱିତୀୟ ସ୍ମାର୍ଟଫୋନ୍‍ କିମ୍ବା କମ୍ପ୍ୟୁଟର।
୨- ଦ୍ରୁତ୍‍ ସ୍ପିଡ଼୍‍ର ଇଣ୍ଟରନେଟ୍‍ ସଂଯୋଗ।
୩- ଗୁଗଲ ଆକାଉଣ୍ଟର ଲଗଇନ୍‍ ଆଇଡ଼ି ଏବଂ ପାସୱାର୍ଡ।
ଏହାପରେ କ’ଣ କରିବେ ଜାଣନ୍ତୁ।
୧- ନିଜ ସ୍ମାର୍ଟଫୋନ୍‍ କିମ୍ବା କମ୍ପ୍ୟୁଟରରେ ଙ୍ଗଙ୍ଗଙ୍ଗ.ଜ୍ଞବକ୍ଟ୍ରଗ୍ଦ.ଶକ୍ଟକ୍ଟଶକ୍ଷର.ମକ୍ଟ.ସଦ୍ଭ କୁ ଖୋଲନ୍ତୁ।
୨-ଏହାପରେ ଆପଣଙ୍କ ହଜିଥିବା ସ୍ମାର୍ଟଫୋନ୍‍ର ଗୁଗଲ ଆକାଉଣ୍ଟକୁ ଲଗ୍‍ଇନ୍‍ କରନ୍ତୁ।
୩- ଏହାପରେ ଉପରେ ଡାହାଣ ପଟେ ଥିବା ତିନି ଲାଇନ୍‍କୁ କ୍ଲିକ୍‍ କରନ୍ତୁ।
୪- ସେଠାରେ ‘ୟୋର ଟାଇମଲାଇନ୍‍’ର ବିକଳ୍ପ ଖୋଲିବ ଓ ଏହାକୁ କ୍ଲିକ୍‍ କରନ୍ତୁ।
୫-କେଉଁ ଦିନର ଡିଭାଇସ୍‍ ଲୋକେଶନ୍‍ (ସ୍ମାର୍ଟଫୋନ୍‍ ସ୍ଥାନ) ଦେଖିବାକୁ ଚାହୁଁଛନ୍ତି ସେହି ବର୍ଷ, ମାସ୍‍ ଏବଂ ଦିନକୁ ଭର୍ତ୍ତି କରନ୍ତୁ।

୬- ଏବେ ଗୁଗଲ ମ୍ୟାପ୍ସ ହଜିଥିବା ସ୍ମାର୍ଟଫୋନ୍‍ ଲୋକେଶନ୍‍ (ସ୍ମାର୍ଟଫୋନ୍‍ ସ୍ଥାନ)ର ଇତିହାସ ଆପଣଙ୍କ ଆଗରେ ରଖିଦେବ।
କେବଳ ଏତିକି ନୁହେଁ ଏହି ଫିଚର ଆପଣଙ୍କୁ ଡିଭାଇସ (ସ୍ମାର୍ଟଫୋନ୍‍)ର ବର୍ତ୍ତମାନ ସ୍ଥାନ ବି ଜଣାଇଦେବ। ଏଥିପାଇଁ ଆପଣଙ୍କୁ ନିଜର ଲୋକେସନ୍‍ ସର୍ଭିସ୍‍କୁ ସର୍ବଦା ଅନ୍‍ (ଚାଲୁ) ରଖବବାକୁ ପଡ଼ିବ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories