ଅନେସୀ: ଫ୍ରାନ୍ସର ଅନେସୀ ସହର ସ୍ଥିତ ଏକ ପାର୍କରେ ଜଣେ ଛୁରୀଧାରୀ ବ୍ୟକ୍ତି କିଛି ପିଲାଙ୍କୁ ଆକ୍ରମଣ କରିଛି। ଏଥିରେ ୪ ଜଣ ଶିଶୁଙ୍କ ସହ ମୋଟ୍ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ପୁଲିସ ଦେଇଥିବା ବୟାନ ଅନୁସାରେ, ଆକ୍ରମଣକାରୀକୁ ଗିରଫ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଅମାନବୀୟ ଏବଂ ଏହାର ତଦନ୍ତ କରାଯାଉଛି। ଇତି ମଧ୍ୟରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ବାହାରି ସାରିଛନ୍ତି।
Popular Categories



