ଟ୍ୱିଟର ପରେ ଏବେ ଫେସ୍‌ବୁକ୍‌, ବ୍ଲୁଟିକ୍‌ ପାଇଁ ନେବ ଟଙ୍କା- ମାସକୁ ଏତିକି ଟଙ୍କା

ନୂଆଦିଲ୍ଲୀ – ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ବ୍ଲୁୁଟିକ୍‌ ପାଇଁ ପୂର୍ବରୁ ଥିବା ନିୟମରେ ଟ୍ୱିଟର ପରିବର୍ତ୍ତନ କରିଥିଲା । ବ୍ଲୁଟିକ୍‌ ପାଇଁ ମାସିକ ତଥା ବାର୍ଷିକ ଦେୟ ଦେବା ପାଇଁ ଟ୍ୱିଟର ଘୋଷଣା କରିଥିଲା । ଏଲନ୍‌ ମସ୍କ ଏହାକୁ କିଣିବା ପରେ ବ୍ଲୁଟିକ୍‌ ପାଇଁ ଦେୟ ନବା ପାଇଁ ଟ୍ୱିଟର ଘୋଷଣା କରିଥିଲା ।

prayash

ଏବେ ଫେସ୍‌ବୁକ୍‌ ଲୋକ ତଥା ବିଭିନ୍ନ ସଂସ୍ଥାର ଫେସ୍‌ବୁକ୍‌ ପେଜ୍‌ରେ ବ୍ଲୁଟିକ୍‌ ପାଇଁ ଦେୟ ନିବେ ପାଇଁ ଘୋଷଣା କରିଛି । ଫେସ୍‌ବୁକ୍‌ ପାଇଁ ଭାରତୀୟ ମୁଦ୍ରା ଅନୁସାରେ ମାସିକ ୬୯୯ ଟଙ୍କା ନେବା ପାଇଁ ଘୋଷଣା କରାଯାଇଛି । ଏହାର ବ୍ୟବହାରକାରୀମାନେ ସରକାରୀ ପରିଚୟ ପତ୍ର ମାଧ୍ୟମରେ ନିଜର ଆକାଉଣ୍ଟ ଭେରିଫାଏ କରିବା ପରେ ବ୍ଲୁଟିକ୍‌ ପାଇଁ ଦେୟ ପ୍ରଦାନ କରି ଆବେଦନ କରିପାରିବେ । ଫେସ୍‌ବୁକ୍‌ ସହ ଇନଷ୍ଟାରେ ମଧ୍ୟ ବ୍ଲୁଟିକ୍‌ ପାଇଁ ଟଙ୍କା ଦେବା ପାଇଁ ପଡିବ ।

ପ୍ରଥମେ ଏହି ଦେୟ ଅଧିକ ଥିଲା ପରବର୍ତ୍ତୀ ସମୟରେ ଏହାକୁ ମେଟା ପକ୍ଷରୁ ହ୍ରାସ କରାଯାଇଛି ।

Comments are closed.