ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ଉତ୍ତୀର୍ଣ୍ଣ ହାର ୭୮.୮୮%
ଡେସ୍କ: ଆଜି ଅପରାହ୍ନରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି। +୨ କଳାରେ ଉତ୍ତୀର୍ଣ୍ଣ ହାର ୭୮.୮୮% ରହିଛି। ଚଳିତ ବର୍ଷ +୨ କଳାରେ ୨ ଲକ୍ଷ ୩୦ ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୮୧ ହଜାର ୮୬୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ୱରରେ +୨ କଳାରେ ପାସ ହାର ସର୍ବାଧିକ ୮୪.୯୭% ରହିଛି।
ନବରଙ୍ଗପୁରରେ ସର୍ବନିମ୍ନ ୭୦.୭୪% ରହିଛି। ତେବେ ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରୀ ପାସ ହାର ୮୫.୬୬% ଓ ଛାତ୍ର ପାସ ହାର ୭୦.୪୩% ଥିବା ବେଳେ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨, ଦ୍ଵିତୀୟରେ ୩୧ ହଜାର ୪୬୨ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
Comments are closed.