କେଏଲ୍ ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ପ୍ରଦାନ
ବିଜୟୱାଡା: ଦେଶରେ ସ୍ନାତକ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ୍ ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ଦେଶର ସବୁଠାରୁ ଖ୍ୟାତିସଂପନ୍ନ ଏବଂ ଅନ୍ଲାଇନ ତାଲିମ ପ୍ଲାଟଫର୍ମ ଇଣ୍ଟର୍ନଶାଳା ଠାରୁ ‘ସାର୍ଟିଫିକେସନ ଅଫ ଏକ୍ସଲେନ୍ସ’ ହାସଲ କରିଛି। କେଏଲ୍ ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ଇଣ୍ଟର୍ନଶାଳାର ବାର୍ଷିକ ର୍ୟାଙ୍କିଙ୍ଗ ୨୦୨୧ରେ ୧ ନମ୍ବର ର୍ୟାଙ୍କ ହାସଲ କରିଛି। ଏହି ର୍ୟାଙ୍କିଙ୍ଗ ପାଇଁ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରୁ ୧୧୦୦ ୟୁନିଭରସିଟି ଅଂଶଗ୍ରହଣ କରିଥିଲେ।
ଆନ୍ଧ୍ରପ୍ରଦେଶରେ ୧ ନମ୍ବର ର୍ୟାଙ୍କିଙ୍ଗ ୟୁନିଭରସିଟି ଭାବରେ ସ୍ୱୀକୃତ ‘ସାର୍ଟିଫିକେଟ ଅଫ ଏକ୍ସଲେନ୍ସ’, ଦକ୍ଷିଣ ଜୋନରେ ଶ୍ରେଷ୍ଠ ୧୦ ଏବଂ ଜାତୀୟ ସ୍ତରରେ ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନପାଇଛି ଏବଂ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ପାଉଣା ସହିତ ଇଣ୍ଟର୍ନସିପ୍କୁ ସ୍ୱୀକୃତି ସ୍ୱରୂପ ହୋଇଛି। ଛାତ୍ରଛାତ୍ରୀମାନେ ଉବର ଇଟ୍ସ, ୟୁନାଇଟେଡ ନେସନ୍ସ ଭଲ୍ୟୁଣ୍ଟିଅର, ସ୍ନାପଡ଼ିଲ୍ ଏବଂ ଅଲ୍ଇନୱାନ୍ ସାଇବର ଟିମ୍ ପ୍ରାଇଭେଟ ଲିମିଟେଡ ଭଳି କମ୍ପାନୀଗୁଡିକରେ ଇଣ୍ଟର୍ନସିପ୍ କରିଛନ୍ତି। ଏକ ପ୍ରସିଦ୍ଧ ସାଇବର ସିକ୍ୟୁରିଟି କମ୍ପାନୀ ମାସିକ ସର୍ବାଧିକ ୨୫ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିଛି। ଇଣ୍ଟର୍ନସିପ୍ର ଅବଧି ଶିଳ୍ପ, କମ୍ପାନୀ ଏବଂ ଛାତ୍ରଛାତ୍ରୀଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ଓ ଶୈଳୀକୁ ଭିତ୍ତିକରି ଏକ ମାସରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ ରହିଥିଲା।
କେଏଲ୍ ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟର କୁଳପତି ଡଃ. ଜି ପାର୍ଧସାରଧୀ ବର୍ମା କହିଛନ୍ତି, ଏହି ସମ୍ମାନ ଏବଂ ସ୍ୱୀକୃତି କେଏଲ୍ ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟର ଶିକ୍ଷା-ସଂସ୍କୃତିକୁ ପ୍ରତିଫଳିତ କରୁଛି। ସମକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ଷେତ୍ରସ୍ତରୀୟ ଓ ପୋଥିଗତ ଶିକ୍ଷା ମଧ୍ୟରେ ସଠିକ ସନ୍ତୁଳନ ବଜାୟ ରଖିବାରେ ଆମେ ବିଶେଷ ଆଗ୍ରହ ରଖୁଛୁ।
Comments are closed.