ଗୋପାଳପୁର: ଗୋପାଳପୁର ବିଜେଡ଼ି ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ପୋଷ୍ଟ ଅଫିସ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଶ୍ରଦ୍ଧା ସଞ୍ଜବିନୀ ବୃଦ୍ଧା ଆଶ୍ରମରେ ଫଳ ବଣ୍ଟନ ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ନବୀନ ପଟ୍ଟନାୟକଙ୍କ ଆଦର୍ଶ ପାଳନ କରିବା, ଦଳକୁ କିପରି ସୁଦୃଢ କରିବା, ଲୋକଙ୍କ ସହ ମିକିମିଶି ରହିବା ସହ ସୁସମ୍ପର୍କ ରଖିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ମାନେ ନିଜ ନିଜ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧକ୍ଷ ଏ. ଜାନକୀ ରାମ,ଉପାଧକ୍ଷା ବି. ଉମା, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ୱରୀ ଡୋରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡି, ନଗର ସଭାପତି ଏମ. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଜିଲ୍ଲା ଉପ ସଭାପତି ସି. ଏଚ. ଡ଼ିଲେଶ୍ଵର ରେଡି, ଶଶୀ ଭୂଷଣ ମହାନ୍ତି, ଜି. ମୋହନ ରାଓ, ବ୍ଲକ ସଭାପତି ଅଜିତ ଦାଶ, ରାମ ହରି ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷା ପି.କମଳା ରେଡି, ବରିଷ୍ଠ ନେତା ଏସ ଧର୍ମରାଜ ରେଡ୍ଡୀଙ୍କ ସମେତ ସମସ୍ତ କାଉନସିଲର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Popular Categories



