www.samajalive.in
Saturday, December 13, 2025
21.1 C
Bhubaneswar

ଫାଷ୍ଟବୋଲର କେଲି କେକେଆର ଦଳରେ ସାମିଲ

କଲକାତା: ଆଇପିଏଲ୍‌ର ଅନ୍ୟତମ ଦଳ କଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମ୍ୟାଥୁ କେଲିଙ୍କୁ ସାମିଲ କରାଯାଇଛି। ଦଳରେ ଖେଳିବାକୁ ପୂର୍ବରୁ ଚୁକ୍ତି କରିଥିବା ଦକ୍ଷିଣ ଆଫ୍ରିକାର ବୋଲର ଆନ୍‌ରିଚ ନୋଟର୍ଜେ ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ କେଲିଙ୍କୁ ସାମିଲ କରାଯାଇଥିବା କେକେଆର ଦଳ ସୂତ୍ରରୁ ଜଣାପଡ଼ିଛି। ଦ୍ରୁତ ବୋଲର କେଲି ଏପର୍ୟ୍ୟନ୍ତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ତରଫରୁ ୧୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ସେହିପରି ଘରୋଇ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ସେ ୧୨ଟି ମ୍ୟାଚ୍‌ ଖେଳି ୧୯ଟି ୱିକେଟ୍ ହାସଲ କରିଛନ୍ତି। କେଲିଙ୍କୁ ଜଣେ ପ୍ରତିଭାବାନ୍‌ ଯୁବ ଦ୍ରୁତ ବୋଲର ଭାବେ ଅଭିହିତ କରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ମାର୍କ ୱ ବିଶ୍ବକପ୍‌ରେ ତାଙ୍କୁ ସୁଯୋଗ ମିଳିବା ଉଚିତ୍‌ ବୋଲି କିଛିଦିନ ତଳେ ମତ ଦେଇଥିଲେ। ଆସନ୍ତା ଶନିବାର କେକେଆର ଦଳ ଦିଲ୍ଲୀ କ୍ୟାପିଟାଲ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ କେଲି ସେହିଦିନ କେକେଆର ସହ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲର ଦ୍ରୁତ ବୋଲର ହର୍ଷଲ ପଟେଲ ଚଳିତ ସିଜିନ୍‌ର ବାକି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ହାତର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଚଳିତ ସିଜିନ୍‌ରେ ହର୍ଷେଲ ଦିଲ୍ଲୀ ତରଫରୁ ୨ଟି ମ୍ୟାଚ୍‌ ଖେଳିଥିଲେ। ସେ ୨୦୧୨ରୁ ୨୦୧୭ ପର୍ୟ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ତରଫରୁ ଖେଳିଥିଲେ। ୨୦୧୮ରେ ସେ ଦିଲ୍ଲୀ ଦଳ ସହ ଯୋଗ ଦେଇଥିଲେ। ସେହିପରି ଦଳର ବ୍ୟାଟସମ୍ୟାନ୍ ମନଜୋତ୍‌ କାଲରାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories