ରାଜ୍ୟରେ ପ୍ରତିଷ୍ଠା ହେଲା ପ୍ରଥମ ରୁକ୍ମିଣୀ ମନ୍ଦିର

0

ବ୍ରହ୍ମପୁର :ଦେଶରର ଦ୍ଵିତୀୟ ତଥା ରାଜ୍ୟର ପ୍ରଥମ ରୁକ୍ମିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ଵ୍ରହ୍ମପୁର ଗୋସାଇନୁଆଗାଁ ମୁଖ୍ୟ ରାସ୍ତାରେ ଏହି ମନ୍ଦିର ଗୋକୁଳଧାମ ନିର୍ମାଣ ହୋଇଛି । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗତ ୧୫ତାରିଖ ଠାରୁ ଆରମ୍ଭ ହୋଇ ଗୁରୁବାର ପୁର୍ଣ୍ଣାହୁତି ହୋଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ସହସ୍ରାଧିକ ମହିଳାଙ୍କ କଲସ ଯାତ୍ରା ଆୟୋଜିତ ହୋଇଥିଲା। ବୁଧବାର ରତ୍ନମୁଦ ଦିଆଯିବାପରେ ଆଜି ଏକ ବିରାଟ ପଟୁଆରରେ ସୁମେରୁ ପୀଠ ବାରଣାସୀ ଶଙ୍କରାଚାର୍ଯ୍ୟ, ପୁରୀ ମୁଖ୍ୟ ଦଇତାପତି ଓ ମହୁରିଗଡ ରାଜାଙ୍କୁ ପାଛୋଟି ଅଣାଯାଇଥିଲା। ତିନି ଜଣ ଅତିଥିଙ୍କ ଦ୍ୱାରା ପ୍ରଥମ ଆଳତୀ ପୂଜାର୍ଚ୍ଚନା ପରେ ସାଧାରଣ ଭକ୍ତଙ୍କୁ। ଶ୍ରୀ ବିଗ୍ରହଙ୍କ ଦର୍ଶନ ସୁଯୋଗ ମିଳିଥିଲା।
ଵ୍ରହ୍ମପୁରର ଏହି ଗୋକୁଳଧାମର ବିଶେଷତ୍ୱ ହେଉଛି ସବୁଠାରେ ଶ୍ରୀକୃଷ୍ଣଙ୍କ ସହିତ ତାଙ୍କ ପ୍ରେମିକା ରାଧାଙ୍କୁ ପୂଜା କରାଯାଉଥିଲେ ହେଁ କେବଳ ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ସହିତ ଉଭୟ ରାଧା ଓ ପତ୍ନୀ ରୁକ୍ମିଣୀଙ୍କୁ ମଧ୍ୟ ପୂଜା କରାଯାଏ। ତେବେ ବର୍ତମାନ ଵ୍ରହ୍ମପୁରର ଏହି ନବ ନିର୍ମିତ ଗୋକୁଳଧାମରେ ଶ୍ରୀକୃଷ୍ଣଙ୍କ ସହିତ ବୃନ୍ଦାବନ ଭଳି ଉଭୟ ରୁକ୍ମିଣୀ ଓ ରାଧା ପୂଜାପାଇବେ। ଏହି ମନ୍ଦିର ୨୨ହଜାର ବର୍ଗଫୁଟ ପରିମିତ ଜମିରେ ନିର୍ମାଣ କରାଯାଇଥିବାବେଳେ ମନ୍ଦିରର ଉଚ୍ଚତା ୯୫ଫୁଟ । ମନ୍ଦିରରେ ମୁଖ୍ୟ ବିଗ୍ରହଙ୍କ ବ୍ୟତୀତ ଅନ୍ୟ ୮ଟି ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ସ୍ଥାନିତ କରାଯାଇଛି। ଵ୍ରହ୍ମପୁରର ଏହି ଗୋକୁଳଧାମ ହେଉଛି ରାଜ୍ୟର ପ୍ରଥମ ତଥା ଏକମାତ୍ର ବିଡିଏ ଅନୁମୋଦିତ ମନ୍ଦିର ବୋଲି ସୂଚନା ମିଳିଛି। ମନ୍ଦିର ପ୍ରତିଷ୍ଠା ପରେ କେବଳ ଵ୍ରହ୍ମପୁର କିମ୍ବା ଗଂଜାମ କାହିଁକି ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି। ଏଣିକି ରୁକ୍ମିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବୃନ୍ଦାବନ ଯିବାର ଆବଶ୍ୟକତା ନାହିଁ। ଗୋକୁଳଧାମ ପାଇଁ ଵ୍ରହ୍ମପୁର ଏକ ସ୍ୱତନ୍ତ୍ର ତୀର୍ଥକ୍ଷେତ୍ରରେ ପରିଣତ ହୋଇପାରିବ ବୋଲି ଆଶା କରାଯାଉଛି

Leave A Reply