ବ୍ୟବହାର ବଦଳାଇ ପାରେ ଆପଣଙ୍କ ଭାଗ୍ୟ

0

ଆମର ଆଚାର ଓ ବ୍ୟବହାର ଗ୍ରହର ସ୍ଥିତି ସହ ସମ୍ବନ୍ଧ ରଖିଥାଏ । ଭଲ ଓ ଖରାପ ବ୍ୟବହାର ଗ୍ରହ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ । ବେଳେବେଳେ ଆମ ବ୍ୟବହାର ଦ୍ବାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।

କଥା କହିବାର ଶୈଳୀ: ଏହା ଆମ ଜୀବନ ଓ ଆର୍ଥିକ ସମୃଦ୍ଧି ସହ ଜଡିତ । ଖରାପ ବଚନ ଦ୍ବାରା ଆର୍ଥିକ ଅନଟନର ସାମ୍ନା କରିବାକୁ ପଡିଥାଏ । ବେଳେବେଳେ ଆକସ୍ମିକ ଦୁର୍ଘଟଣା ଘଟିଥାଏ ଏବଂ କମ୍ ବୟସରେ ବଡ ଧରଣର ରୋଗ ହୋଇଥାଏ । ବଚନରେ ସୁଧାର ଆଣିବା କିମ୍ବା ମଧୁର ବଚନ ପାଇଁ  ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ସାହାଯ୍ୟ ନ କରିବା: ସକ୍ଷମ ଥାଇ ବି ଯଦି ଆପଣ ଅନ୍ୟକୁ ସାହାଯ୍ୟ କରୁନାହାନ୍ତି ତେବେ ଆପଣ ମାନସିକ ସ୍ତରରେ ରୋଗଗ୍ରସ୍ତ ହୋଇପାରନ୍ତି । ବେଳେବେଳେ ଜୀବନରେ ନିଃସଙ୍ଗ ଅନୁଭବ କରିବେ । ଯେତେ ଲୋକଙ୍କୁ ଆପଣ ସାହଯ୍ୟ କରିବେ ସେତିକି ଅଧିକ ଇଶ୍ବରଙ୍କ କୃପା ଲାଭ କରିବେ । ସବୁବେଳେ ମନ ସ୍ଥିର ଓ ଦୃଢ ରହିବ ।

ଆଚରଣ ଓ କର୍ମ: ଏହାର ପ୍ରଭାବ ଆମ ରୋଜଗାର ଉପରେ ପଡିଥାଏ । ଆମ ଆଚରଣ ଓ କର୍ମ ଶୁଦ୍ଧ ନ ଥିଲେ ରୋଜଗାରରେ ସମସ୍ୟା ହୋଇଥାଏ । ଆଚରଣ ଓ କର୍ମରେ ଶୁଦ୍ଧତାଆଣିବା ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ଧ୍ୟାନ କରନ୍ତୁ । ଆଚରଣ ଓ କର୍ମରେ ସୁଧାର ଆସିଲା ପରେ ବ୍ୟକ୍ତିତ୍ଵ ଓ ରୋଜଗାରରେ ପରିବର୍ତ୍ତନ ଆସିଥାଏ ।

ଦାୟିତ୍ଵରେ ଅବହେଳା: ଯେଉଁ ଲୋକ ନିଜ ଦାୟିତ୍ଵରେ ଅବହେଳା କରେ ସେ ଜୀବନର ସଙ୍କଟ ଓ ଋଣ ଭାରର ସମ୍ନା କରିବାକୁ ପଡେ । ଏକାଦଶୀ ବ୍ରତ ପାଳନ କରିବା ଏବଂ ଗଛରେ ପାଣି ଦେବା ଦ୍ବାରା ଏହି ଦୋଷ ଦୂର ହୋଇଥାଏ ।

Leave A Reply